ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତ ଜାମୁଟପାଲି ଗାଁର କ୍ଷୁଦ୍ର ଗରିବ ଚାଷୀ ଗୋଲାପ ପାଇକଙ୍କ ପୁତ୍ର ରଞ୍ଜନ ପାଇକ ନିଟ୍‌ରେ କୃତକାର୍ଯ୍ୟ ହୋଇଛନ୍ତି । ସରକାରୀ ମେଡିକାଲ କଲେଜ, କେନ୍ଦୁଝରରେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି । କିନ୍ତୁ ସେ ଗରିବ ପରିବାରର ହୋଇଥିବାରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ନାମ ଲେଖାଇବା ପାଇଁ ଅର୍ଥ ବାଧକ ସାଜିଥିଲା । ଏ ଖବର ପାଇ ଡ.ବି. ଆର ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ, ବରଗଡ଼ରୁ ଚେୟାରମ୍ୟାନ ଗୁଣମଣି ସୁନାନୀ, ଗୁରୁଚରଣ ହରପାଲ, ଶୋଭାରାମ ତାଣ୍ଡି ଓ କାହ୍ନା ମାଝୀ ଜାମୁଟପାଲି ଗାଁକୁ ପହଞ୍ଚି ନାମ ଲେଖା ବାବଦକୁ ରଞ୍ଜନ ପାଇକଙ୍କୁ ଟ୍ରଷ୍ଟ ତରଫରୁ ୬୦,୦୦୦ ଟଙ୍କାର ଆର୍ଥିକ ରାଶିର ଏକ ଚେକ୍ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ୨୦୨୦ ମସିହାରେ ଗୋଲାପ ପାଇକଙ୍କ ଆଉଏକ ପୁତ୍ରଙ୍କୁ ମଧ୍ୟ ଏ ବାବଦକୁ ଟ୍ରଷ୍ଟ ତରଫରୁ ୫୦,୦୦୦ ଟଙ୍କାର ଆର୍ଥିକ ରାଶି ସହାୟତା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.