କପଡା ଦୋକାନରେ ଲାଗିଲା ନିଆଁ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ରାମ ମନ୍ଦିର ନିକଟରେ ବିପୁଲ ଏଣ୍ଟରପ୍ରାଇଜେସ୍‌ କପଡା ଦୋକାନରେ ସୋମବାର ରାତିରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା । ଏ ନେଇ ତୁରନ୍ତ ଗୁଡଭେଲା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । କିନ୍ତୁ ଗୁଡଭେଲା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ତୁଷୁରାରୁ ୧୨ କି.ମି. ହୋଇଥିବା ବେଳେ ଗାଡି ଆସିବାର ବିଳମ୍ବ ହୋଇଥିବାରୁ ଗାଁର ଲୋକେ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ । ତେବେ ଗୁଡଭେଲା ଓ ଦେଓଗାଁ ଅଗ୍ନିଶମ ବିଭାଗରୁ ୩ଟି ଦମକଳ ଗାଡି ଆସି ନିଆଁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ବହୁ ପରିମାଣର କପଡା ପୋଡି ନଷ୍ଟ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.