ବାତ୍ୟାକୁ ନେଇ ସତର୍କ ରହିବାକୁ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକତା : ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସତର୍କ ରହିବାକୁ ସମୁଦ୍ରକୂଳବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ କହିଛନ୍ତି । ବାତ୍ୟାକୁ ନେଇ ସବୁ ବିଭାଗ ସହ ବୈଠକ କରିବା ପରେ ସେ ଜନସାଧାରଣଙ୍କୁ ଭୟଭୀତ ନହେବା ସହ ଆଗୁଆ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଘରୁ ନ ବାହାରିବା ପାଇଁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।

ବାତ୍ୟା ‘ସିତ୍ରାଙ୍ଗ’ ଏବେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ବାତ୍ୟା ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହ ଆହୁରି ତୀବ୍ର ଓ ଭୀଷଣ ହେବାର ସମ୍ଭାବନା ରହିଛି । ଏହା ପରେ ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ନିଜର ଗତି ଜାରି ରଖିବା ସହ ଅକ୍ଟୋବର ୨୫ ତାରିଖ ସକାଳେ ତିଙ୍କୋନା ଦ୍ୱୀପ ଏବଂ ସାନ୍ଦ୍ୱୀପ୍‌ ନିକଟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେବେ ଏହାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.