oom

କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶନିବାର ଆଞ୍ଚଳିକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରେଗଡା ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆୟୋଜିତ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ରେଗଡା ସରପଞ୍ଚ ଦିପ୍ତୀ ରାଣୀ ସାହୁ, ସିଆରସିସି ସଞ୍ଜୟ କୁମାର ଦାସ, ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗନ୍ଧର୍ବ ମାଝୀ ପ୍ରମୁଖ ଯୋଗ ଦେଇ କ୍ଲଷ୍ଟର ସ୍ତରରେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଚିହ୍ନଟ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପହଞ୍ଚାଇବା ହେଉଛି, ଏହି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଶିକ୍ଷକ ଯୁଗଳ ନାଗ ସଂଯୋଜନା କରିଥିଲେ । ଏଥିରେ ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଠିକ ସେହିପରି ତେରେସିଙ୍ଗା କ୍ଲଷ୍ଟରରେ ଆୟୋଜିତ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀର, ସମ୍ମାନିତ ଅତିଥି ସିଆରସିସି ହେମନ୍ତ ନାଏକ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଶିକ୍ଷକ ନୀଳମଣି ଗହୀର ସଂଯୋଜନା କରିଥିଲେ ।ବ୍ଲକର ରେଙ୍ଗାଲି କ୍ଲଷ୍ଟର, ଜୋରାଡବରା କ୍ଲଷ୍ଟରରେ ମଧ୍ୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

jittmm
Leave A Reply

Your email address will not be published.