jayashree

ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଯାନବାହାନ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠାରୁ ୪ ଦିନ ଧରି ରାଜ୍ୟରେ ସ୍ପେସାଲ ଡ୍ରାଇଭ ଜୋରଦାର ହେବ । ଟ୍ରାଫିକ ନିୟମ ଅମାନ୍ୟକାରୀଙ୍କ ଠାରୁ ଫାଇନ ଟଙ୍କା ଅସୁଲି କରାଯିବ । ସୂଚନା ଅନୁସାରେ ଆଜିଠାରୁ ୪ ଦିନ ଅର୍ଥାତ ୨୧ ତାରିଖ ଯାଏଁ ରାଜ୍ୟରେ ସ୍ପେସାଲ ଡ୍ରାଇଭ ଜୋରଦାର ହେବ । ତା’ ସହ ଟ୍ରାଫିକ ଅମାନ୍ୟକାରୀଙ୍କଠାରୁ ଫାଇନ ଆଦାୟ କରାଯିବ । ସକାଳ ୯ଟାରୁ ଅପରାହ୍ନ ୨ଟା ଓ ପୁଣି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ଚାଲିବ । ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ । ଫାଇନ ଆଦାୟ ସହ ଡିଏଲ୍‌ ବାତିଲ, ଗାଡି ଜବତ ପରି ଅନେକ ପ୍ରକାର ଦଣ୍ଡ ବିଧାନ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.