ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ଜଳସୋହରିଆ ଗ୍ରାମରୁ ରବିବାର ବନ୍ୟପ୍ରାଣୀ ବିଭାଗ ୧୧୧ଟି କଇଁଛ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଘଟଣାରେ ସମ୍ପୃକ୍ତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି । ସେ ହେଲେ ଗୌରାଙ୍ଗ ମଣ୍ଡଳା । ଗୌରାଙ୍ଗ କଇଁଛଗୁଡ଼ିକୁ ଘରେ ରଖି ପଶ୍ଚିମବଙ୍ଗରେ ବିକ୍ରି କରିବାକୁ ଯୋଜନା କରୁଥିଲେ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଢ଼ାଉରେ ଫରେଷ୍ଟର ଭକ୍ତିଲତା ଦାସ, ଫରେଷ୍ଟ ଗାର୍ଡ ରଞ୍ଜିତା ବିଶ୍ୱାଳ, ମନୋହର ସିଂ, ଦିଲ୍ଲୀପ ସିଂ, ସଞ୍ଜୟ ମହାନ୍ତି, ମିନତୀ ମାଝି, ଭକ୍ତିଲତା ଦାସ ସାମିଲ ଥିଲେ ।
Prev Post