ପାଗଳ କୁକୁର ଆକ୍ରମଣ ଘଟଣା : ସ୍ଥିତିର ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗତକାଲି ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମରେ ପାଗଳ କୁକୁର କାମୁଡ଼ି ୧୨ଜଣ ଗୁରୁତର ଆହତ ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଯାଇଛି । ଖବର ପାଇ ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପାଟଣାଗଡ଼ ଡାକ୍ତରଖାନାକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମୃତକ ଶିଶୁ କନ୍ୟାଙ୍କ ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି ଓ ଆକ୍ରାନ୍ତମାନଙ୍କୁ ଉଚିତ ଚିକିତ୍ସା କରିବା ପାଇଁ ଏସଡିଏମଓଙ୍କ ସହିତ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.