ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣାପଡିଛି । ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କୁ ଅଟକ ରଖାଯାଇ ୩ ଡିଏସ୍‌ପିଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ ଜାରି ରହିଛି । ସୂଚନା ଅନୁସାରେ, ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଉପରେ ୧୨ ଇନ୍ସପେକ୍ଟର, ୨ ସବ୍‌ ଇନ୍ସପେକ୍ଟର, ୫ ଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି । ବାଲେଶ୍ୱର ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବିଶାଖାପାଟନମ୍‌ର ରେସିଡେନ୍ସି ଚିନ୍ନାଗାଡିଲି ଫ୍ଲାଟ୍‌ ନଂ- ୨୧୧, ବ୍ଲକ- ବି, ହିନା ଭ୍ୟୁ, ଫ୍ଲା ନମ୍ବର ବି-୬, ୧/୧୧, ହାଇଟେକ୍‌ ପ୍ଲାଜା, ମାଡିପୁର, ସୁନ୍ଦରପଡ଼ା, ଭୁବନେଶ୍ୱର, ଜିଲ୍ଲା- ଖୋର୍ଦ୍ଧା, ଆବାସିକ ସରକାରୀ କ୍ୱାଟର୍ର୍‌ ନମ୍ବର- ୪ ଆର୍‌ବି-୧ ଏଲଆଇସି କଲୋନୀ, ମୁର୍ଗାବାଡ଼ି ବାରିପଦାରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.