ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗୁରୁବାର ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟର ମୋଟ ୧୩୯ ଓଏଏସ୍‌ ଅଫିସରଙ୍କ ବଦଳି କରିବା ସହିତ ଶୁକ୍ରବାର ସୁଦ୍ଧା ସମସ୍ତେ ରିଲିଭ ହେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ବାଲେଶ୍ୱର ଆସିଷ୍ଟାଣ୍ଟ କଲେକ୍ଟର ଗଦାଧର ଧଳ ବଡ଼ସାହି ତହସିଲଦାର ଭାବେ ନିଯୁକ୍ତି ପାଇଛନ୍ତି । ବାରଙ୍ଗ ସବ୍‌ରେଜିଷ୍ଟ୍ରାର ନିରଞ୍ଜନ ପରିଡ଼ାଙ୍କୁ ବରୀ ତହସିଲଦାର ଭାବେ ନିଯୁକ୍ତି ମିଳିଛି । ରେଙ୍ଗାଲି ଆଡିସନାଲ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡାଙ୍କୁ ଭେଡେନ ତହସିଲଦାର, ପୁରୀ ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକଙ୍କୁ ସେହି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ କୁମାର ପ୍ରଧାନଙ୍କୁ ଗଞ୍ଜାମ ବିଡିଓ ଭାବେ ନିଯୁକ୍ତି ମିଳିଛି । ମାର୍ଶାଘାଇ ସବ୍‌ରେଜିଷ୍ଟ୍ରାର ଅମିୟ କୁମାର ସ୍ୱାଇଁଙ୍କୁ ମାର୍ଶାଘାଇ ତହସିଲଦାର ଭାବେ ନିଯୁକ୍ତି ମିଳିଛି । ଟିଟିଲାଗଡ଼ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲିକଙ୍କୁ କଣ୍ଟାମାଳ ତହସିଲଦାର କରାଯାଇଛି । ସେହିପରି ରାଜ୍ୟ ସରକାର ମୋଟ ୧୩୯ ଜଣଙ୍କୁ ନୂଆ ନିଯୁକ୍ତି ଦେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.