jayashree

ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ

ପୁରୀ, (କେପିଏନ୍‌ଏସ୍‌) : ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ । ପରମ୍ପରା ଅନୁଯାୟୀ ପୁରୀରେ ଦୀର୍ଘ ୫୫ବର୍ଷ ଧରି ଏହି କୁମାର ଉତ୍ସବ ପାଳିତ ହୋଇଆସୁଛି । ପୁରୀବାସୀ, ସଂସ୍କୃତି ପ୍ରେମୀ, ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରମ୍ପରା ସହିତ ଯୋଡି ରଖିବାର କୁମାର ଉତ୍ସବ ହେଉଛି ଏକ ଅଭିନବ ପ୍ରୟାସ । ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭିନ୍ନ ଭିନ୍ନ ଢଙ୍ଗରେ ଭେଟି ଦେବାକୁ ଯାଉଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ସହ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦାନ କରିଥିଲେ ।
ଏହି କୁମାରୋତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ‘କଇଁର ପ୍ରୀତିରେ ପାଗଳ ଜହ୍ନ’ । ଏଥିସହିତ ଭୋ ଶମ୍ଭୁ, ଗୋଲଡେନ ମେମୋରୀ, ବିହୁ, ଓଡିଶୀ ନୃତ୍ୟ, ସୂର୍ଯ୍ୟ ନମସ୍କାର, ଗୀତିନାଟ୍ୟ ମହାଲକ୍ଷ୍ମୀ ଆଦିକୁ ନିଖୁଣ ଭାବେ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା । କୁମାର ଉତ୍ସବରେ ଚଳିତବର୍ଷ ଶ୍ରେଷ୍ଠ କୁମାର ଓ ଶ୍ରେଷ୍ଠ କୁମାରୀ ଆୱର୍ଡ ମଧ୍ୟ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.