ସୁବର୍ଣ୍ଣପୁର : ହରଡଖୋଲ ଗାଁ ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ ଆୟୋଜିତ ହୋଇଯାଇଛି । ଯେଉଁଥିରେ ଭାଗ ନେଇଥିଲେ ଆଖପାଖ ଗାଁ ଗୁଡିକର ପ୍ରାୟ ଦୁଇଶହ ମେଣ୍ଢା । ମ୍ୟାଚ ମଇଦାନରେ ଫବସି ଗାଁର ମେଣ୍ଢାକୁ ସାମ୍ନା କରିଥିଲା ବାଲଜୁରୀ ଗାଁର ମେଣ୍ଢା । ମେଣ୍ଢା ଲଢେଇକୁ ନେଇ ଦେଖଣାହାରୀଙ୍କ ଭିତରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା । ଦେଖଣାହାରୀଙ୍କ କରତାଳିରେ ମୁଖରିତ ମ୍ୟାଚ ମଇଦାନ । ଡୁମ୍ବାଳ ସମ୍ପ୍ରଦାୟର ମହାଖଳା ଯାତ୍ରାରେ ପ୍ରତିବର୍ଷ ମେଣ୍ଢା ଲଢେଇ କାର୍ଯ୍ୟକ୍ରମ ହେଉଥିବା ବେଳେ ବିଶେଷ କରି ଏହି ସମ୍ପ୍ରଦାୟର ଲୋକେ ମେଣ୍ଢା ପୋଷିଥାନ୍ତି । ଆଉ ବର୍ଷକୁ ଥରେ ମହାଖଳା ଯାତ୍ରାରେ ମେଣ୍ଢା ଲଢେଇ ହୋଇଥାଏ । ନକ୍ ଆଉଟ ଭିତ୍ତିରେ ଏହି ପ୍ରତିଯୋଗିତା ହେଉଥିବା ବେଳେ ଖିଲିପୁଆରୁ ଆରମ୍ଭ କରି ଉଦନ୍ତିଆ ଯାଏଁ ସମାନ ମେଣ୍ଢାକୁ ନେଇ ଏହି ମ୍ୟାଚ ହୋଇଥାଏ ।
Next Post