ଆମେରିକାରୁ ଯାତ୍ରା ଆରମ୍ଭ କଲେ ରୁଷିଆ ମହାକାଶଚାରୀ

ୱାଶିଂଟନ : କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରୁଷିଆର ମହାକାଶଚାରୀ ଆମେରିକାର ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛନ୍ତି । ୟୁକ୍ରେନ ସଙ୍କଟ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବା ସତ୍ତ୍ୱେ ରୁଷିଆର ମହାକାଶଚାରୀମାନେ ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେଶନ (ନାସା) ଏବଂ ଜାପାନର ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି ।

ଆମେରିକାର ଫ୍ଲୋରିଡା ରାଜ୍ୟରେ ବାତ୍ୟା ଇୟାନ ଯୋଗୁ ସ୍ପେସ-ଏକ୍ସ କମ୍ପାନୀ ରକେଟର ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଜାପାନର ସ୍ପେସ ଏଜେନ୍ସିର ମହାକାଶଚାରୀ କୋଇଚି ୱାକାତା କହିଛନ୍ତି ଯେ ମୁଁ ଆଶା କରୁଛି ଯେ, ଏହି ଲଞ୍ଚ ମାଧ୍ୟମରେ ଆମେ ସମସ୍ତଙ୍କ ପାଇଁ ଆଶାର କିରଣ ପାଲଟିବୁ । କୋଚି ପଞ୍ଚମ ଥର ପାଇଁ ମହାକାଶକୁ ଯାତ୍ରା କରୁଛନ୍ତି ।

କୋଇଚି ୱାକାତାଙ୍କ ସହିତ ଆମେରିକୀୟ ମହାକାଶଚାରୀ କଲୋନେଲ ନିକୋଲ ମାନ, ନୌସେନା କ୍ୟାପଟେନ ଜୋଶ କାସଡା ଏବଂ ରୁଷିଆର ମହାକାଶଚାରୀ ଆନ୍ନା କିକିନା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଛନ୍ତି । ସେମାନଙ୍କର ମିଶନ ପାଞ୍ଚ ମାସ ପର୍ଯ୍ୟନ୍ତ ଚାଲିବ । ସମସ୍ତ ମହାକାଶଚାରୀ ଗୁରୁବାର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ । ବୁଧବାର ଅପରାହ୍ନରେ ନାସାର କେନେଡି ସ୍ପେସ ସେଣ୍ଟର ଛାଡିବାର ୨୯ ଘଣ୍ଟା ପରେ ସେମାନେ ଗୁରୁବାର ସ୍ପେସ ଷ୍ଟେଶନରେ ପହଞ୍ଚିବେ ସେମାନେ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ପୃଥିବୀକୁ ଫେରିବେ ନାହିଁ । ଏପ୍ରିଲରେ ଯିବାକୁଥିବା ଆମେରିକୀୟ-ଇଟାଲୀୟ ସେମାନଙ୍କ ସ୍ଥାନରେ କାର୍ଯ୍ୟ କରିବେ ।

Leave A Reply

Your email address will not be published.