ଶଙ୍କର ଚକ୍ଷୁ ଚିକିତ୍ସାଳୟ ଛତ୍ରପୁର ଶାଖା ପକ୍ଷରୁ ମାଗଣାରେ ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ସଂଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦର ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ ପରିସରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଛତ୍ରପୁର ଶାଖା ପକ୍ଷରୁ ଶୁକ୍ରବାର ଏକ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ପ୍ରେସ୍‌ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟ ସଂଗଠନ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସୀ ଓ ବିଭିନ୍ନ ମହଲରେ ଭୂୟସୀ ପ୍ରଂଶସା କରିଥିଲେ । ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ ଯୋଗଦେଇ ଚିକିତ୍ସାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ସାଇଟ ସେଭରସ ଇଣ୍ଟରନ୍ୟାସନାଲ୍‌ର ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଟ ୮୯ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୯ ଜଣ ରୋଗୀଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ସେହିପରି ୨୯ ଜଣ ରୋଗୀଙ୍କ ପରଳ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ ପରିଚାଳନା କରିଥିବା ବେଳେ ଚିଫ ଅପଟ୍ରୋମେଟ୍ରିଷ୍ଟ ବି. ଲଳିତା ଓ ଶୁଭଶ୍ରୀ ପାଳ, ଚକ୍ଷୁ ଟେକନିସିୟାନ କେ. ପାୟଲ ପାତ୍ର, ଗାୟତ୍ରୀ ସେଠୀ ଦୀପିକା ରାଉତ, ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ର ମ୍ୟାନେଜର କାଳିଆ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.