ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ବାଣିଜ୍ୟ ବିଭାଗରେ ୨ ଦିନିକିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସଭାପତିତ୍ୱ କରିଥିଲେ । ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଓ ବୈଜ୍ଞାନିକ ରାମା ରାଓ ଭି ଭି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଓ କିଭଳି ଛାତ୍ରଛାତ୍ରୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ପ୍ରଫେସର ଲାଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶ୍ରେଷ୍ଠ ଗବେଷକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ଡ. ମହେଶ୍ୱର ସେଠି ଧନ୍ୟବାଦ୍ ଅର୍ପଣ କରିଥିଲେ । ଉଦ୍‌ଯାପନୀ ସଭା ପରେ ପ୍ରଫେସର ଗୌରୀ ଶଙ୍କର ଲାଲଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ କାଳୀନ ସଭା ରଖା ଯାଇଥିଲା । ଏହି ସଭାରେ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଜଗନ୍ନାଥ ପଣ୍ଡା, ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର, ପ୍ରଫେସର କେ ସି ରାଉତ, ପ୍ରଫେସର ରୁଦ୍ର ପ୍ରସନ୍ନ ମହାପାତ୍ର, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ମହେଶ୍ୱର ସାହୁ , ଆଇଆଇଏମ୍ ଇନ୍ଦୋରର ପ୍ରଫେସର ସୌମ୍ୟ ରଞ୍ଜନ ଦାଶ, ପୁରାତନ ଛାତ୍ରଛାତ୍ରୀ, ଅନ୍ୟ ବିଭାଗର ଓ ମହାବିଦ୍ୟାଳୟର ଅଧ୍ୟାପକ ଉପସ୍ଥିତ ରହି ପ୍ରଫେସର ଲାଲଙ୍କୁ ସମ୍ବର୍ଦ୍ଧନା କରିଥିଲେ । ପ୍ରଫେସର ଲାଲଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକା ‘ଏଭୋକେଶନ’କୁ ଉନ୍ମୋଚନ କରାଯାଇଥିଲା । ଅଧ୍ୟାପକ ଚନ୍ଦ୍ରିକା ପ୍ରସାଦ ଦାସ, ଡ. ଭେଙ୍କଟେଶ୍ୱର୍ ରାଓ, ଶକ୍ତି ରଞ୍ଜନ ଦାଶ ଓ ଲିପ୍ସା ଦାସ ସଭା ସଂଯୋଜନା କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ବିଶାଳ ରାଲି କରାଯାଇ ପ୍ରଫେସର ଲାଲଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିକ୍ରମଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!