jsm

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଓ ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଦ୍ୱାରା ବିଶ୍ୱ ହୃଦୟ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଓ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ବରଗଡ଼ ଦ୍ୱାରା ଆଜି ବଲାଙ୍ଗିରରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ସକାଳୁ କୋଶଲ କଳାମଣ୍ଡଲ ପଡ଼ିଆରୁ ପ୍ରଥମେ ଏକ ସଚେତନତା ରାଲି ବାହାରି ବଲାଙ୍ଗିର ସାମ୍ବାଦିକ ଭବନରେ ପହଞ୍ଚିଥିଲା । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ । ରାଲିରେ ସ୍ୱେଚ୍ଛାସେବୀ ମାନଙ୍କ ସହ ମେଡିକାଲ ଅଧିକ୍ଷକ ଡା. ମହେନ୍ଦ୍ର ନାୟକ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ବିକାଶ ହସ୍ପିଟାଲର ଜେନେରାଲ ମ୍ୟାନେଜର ସବ୍ୟସାଚୀ ରୋୟ, କ୍ଲଷ୍ଟର ହେଡ ଦେବଦତ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରିବା ସହିତ ସହର ପରିକ୍ରମା କରିଥିଲେ । ପରେ ସାମ୍ବାଦିକ ଭବନଠାରେ ଏକ ହେଲଥ ଟକ୍ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିଲେ । ଏଠାରେ ପ୍ରଥମେ ସମସ୍ତଙ୍କର ବ୍ଲଡ଼ ସୁଗର ପରୀକ୍ଷା କରାଯାଇଥିଲା । ଏହି ହେଲଥ ଟକ୍ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଲିକା ସାହୁ, ଇଣ୍ଡିଆନ ମେଡିକାଲ ଆସୋସିଏସନ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ସାହୁ, ବିକାଶ ହସ୍ପିଟାଲର କାର୍ଡିଓ ଥୋରାସିସ ସର୍ଜନ ଡା. ମନୋଜ ମହାରଣା, ଛାତି ଓ ଫୁସଫୁସ ବିଶେଷଜ୍ଞ ଡା. ଗିରିଜା ଶଙ୍କର ଉଦଗାତା ପ୍ରମୁଖ ମଞ୍ଚାସୀନ ରହିଥିଲେ । ହୃଦରୋଗ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସୁସ୍ଥ ହୃଦୟ ପ୍ରତି ଯତ୍ନବାନ ହେବା ଏବଂ ହଠାତ ହୃଦଘାତରୁ ସୁରକ୍ଷା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଲିଲି ପଟେଲ ମଞ୍ଚ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.