jsm

ପଦ୍ମପୁର ନବଦୁର୍ଗା ପୂଜାରେ ଆଜି ମା’ ଦୁର୍ଗାଦେବୀ କୂଷ୍ମାଣ୍ଡା ବେଶରେ ସୁସଜ୍ଜିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଦେବୀ ଦୁର୍ଗାଙ୍କର ନଅ ଦିନ ବ୍ୟାପୀ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ଆଜି ଚତୁର୍ଥ ଦିନରେ ମା’ ଦୁର୍ଗାଙ୍କୁ କୂଷ୍ମାଣ୍ଡା ବେଶରେ ସଜ୍ଜିତ କରାଯାଇ ପଣ୍ଡିତ ମାନେ ଚଣ୍ଡିପାଠ, ଆଳତୀ, ଦୀପଦାନ, ହୋମ ଆଦି ଅର୍ପଣ ସହ ଶଙ୍ଖ, ଘଣ୍ଟ, ବାଦ୍ୟରେ ମା’ ଦୁର୍ଗା ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । କୂଷ୍ମାଣ୍ଡା ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ବିଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ମା’ ଦୁର୍ଗା ଦେବୀଙ୍କ ପୂଜା ଅର୍ଚ୍ଚନାରେ ବ୍ୟାଘାତ ସୃଷ୍ଟି ହୋଇଥିଲେ ମଧ୍ୟ ବର୍ତ୍ତମାନ ଚଳିତ ବର୍ଷ ଭକ୍ତମାନଙ୍କ ମନରେ ମା’ଙ୍କ ପ୍ରତି ଭକ୍ତି ଭାବ ଆନନ୍ଦ ଉଲ୍ଲାସରେ ଭକ୍ତମାନଙ୍କ ଗହଳିରେ ମା’ ଦୁର୍ଗାଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଏହି ନବରାତ୍ର ଦୁର୍ଗା ପୂଜା ଉତ୍ସବରେ ରଜନୀ ଦାଶ ଓ ଧର୍ମପତ୍ନୀ ଉର୍ମିଲା ପଣ୍ତା, ସଂଜୀବ ସାହୁ ଓ ଧର୍ମପତ୍ନୀ ସୂର୍ୟ୍ୟକାନ୍ତି ସାହୁ କର୍ତ୍ତାକାର୍ୟ୍ୟ ନିର୍ବାହ କରୁଥିବା ବେଳେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ଦେବେନ୍ଦ୍ର ତ୍ରିପାଠୀ, ଶିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ତା, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ତା ପୂଜାକାର୍ଯ୍ୟ ଓ ନୀତିକାନ୍ତି ନିର୍ବାହ କରୁଛନ୍ତି । ଏହି ସମଗ୍ର କାର୍ଯ୍ୟକ୍ରମକୁ ବନଦୁର୍ଗା ମନ୍ଦିର ପୂଜା କମିଟି ସଭାପତି ଡା ପ୍ରଭାତ ନାରାୟଣ ତ୍ରିପାଠୀ, ସଂପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନୀଲ ବେହେରା ପ୍ରମୁଖ ବହୁମାତ୍ରାରେ ସହଯୋଗ କରୁଛନ୍ତି । ଆସନ୍ତାକାଲି ଶୁକ୍ରବାର ଦିନ ସ୍କନ୍ଧମାତା ରୂପରେ ସଜ୍ଜିତ କରାଯିବ ବୋଲି ବନଦୁର୍ଗା ମନ୍ଦିର ପୂଜା କମିଟି ସଭାପତି ଡା ପ୍ରଭାତ ନାରାୟଣ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି ।

yuvodaya
Leave A Reply

Your email address will not be published.