୫ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକଙ୍କୁ ବୁଧବାର କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଏମାନେ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଏକ ବଲେରୋ ଯୋଗେ ଯାଉଥିଲେ । ସୂଚନା ପାଇ ପୁଲିସ ଅଧିକାରୀ ବାମଦେବ ଶଙ୍ଖୁଆଳ କୁକୁଡାହାଡ ଛକରୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଶ୍ରମିକମାନେ ଚାଉଳଶୁଖା ଗାଁରୁ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଇଥାନ୍ତେ ବୋଲି ଜଣାପଡିଛି । ପୁଲିସ ଉକ୍ତ ଗାଡିିକୁ ଜବତ କରି ଚାଳକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.