csstore

ବଡବାଉଁଶେନରେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ପର୍ବ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡବାଉଁଶେନ କ୍ଲଷ୍ଟରରେ ଶିକ୍ଷକ ପର୍ବ ଅନୁଷ୍ଠିତ ହୋଇଯାଇଛି ।ବଡବାଉଁଶେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଶିକ୍ଷକ ପର୍ବକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପ୍ରେମରାଜ ପଟେଲ, ଅବସରପ୍ରାପ୍ତ ଶିକ୍ଷକ ଗୋକୁଳାନନ୍ଦ ପଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ପର୍ବକୁ ସଂଯୋଜନା କରିଥିଲେ ସି.ଆର.ସି.ସି ଦୁର୍ବାଦଳ ବଡଗୋଛିଆ । ଏହି କାର୍ଯ୍ୟକ୍ରମରେ ପବିତ୍ର ମଟାରୀ, ବର୍ଷାରାଣୀ ସାହୁ, ଜାନକୀବଲ୍ଲଭ ପଧାନ, ରୋନାବାଲା ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ କାର୍ଯ୍ୟ ସଂପାଦନ କରିଥିଲେ । ୟାକୁବ ନନ୍ଦ, ପ୍ରଦୀପ ଭୋଇ, ପ୍ରଭାସ ପାଣ୍ଡେ, ପ୍ରଦୀପ ପାଣିଗ୍ରାହୀ, ରାମଚନ୍ଦ୍ର ଭୋଇ, ଚିତ୍ତରଞ୍ଜନ ସୁନା, ଲକ୍ଷ୍ମୀନାରାୟଣ ରଣା, ମୀନକେତନ ସୁନା, ବିଜୟ ସାହୁ, ବିବେକାନନ୍ଦ ସାହୁ, ରଜତ ଭୋଇ, ସୀମା ମେହେର, ନଳିନୀ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ପ୍ରେମରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.