csstore

ବୋନ୍‌ କ୍ୟାନ୍‌ସର୍‌ରେ ପୀଡିତ ରାଜା ଜାଲଙ୍କ ପାଇଁ ସଂଗ୍ରହ କରାଯାଉଥିବା ଅର୍ଥ ହଡପ୍‌ ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ ଯୁବଗୋଷ୍ଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୋନ୍‌ କ୍ୟାନ୍‌ସର୍‌ରେ ପୀଡିତ ଠିକାଦାରପଡାର ରାଜା ଜାଲଙ୍କ ପାଇଁ ଜିଲ୍ଲାର ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ ମାନେ ଦୋକାନ ଦୋକାନ ବୁଲିବା ସହ ସୋସିଆଲ ମିଡିଆରେ ଅର୍ଥ ସଂଗ୍ରହ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ରାଜଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲି ପଇସା ହଡପ୍‌ କରୁଥିବା ଅଭିଯୋଗରେ ଆଜି ବଲାଙ୍ଗିରର ଯବୁଗୋଷ୍ଠୀ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ଯଥା ଶୀଘ୍ର ଦୁର୍ବୃତ୍ତଜଣକୁ ଧରିବା ପାଇଁ ଆଇଆଇସିଙ୍କ ନିକଟରେ ଦାବୀ କରିଛନ୍ତି । ଏଥିରେ ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, କାହ୍ନା ଶତପଥୀ ଏବଂ ସୁରଜ ତ୍ରିପାଠୀଙ୍କ ସମେତ ଅନେକ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.