ବରଗଡ଼ରେ ଦିନ ଦ୍ୱିପହରରେ ଟଙ୍କା ଓ ଗହଣା ଲୁଟ୍‌ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ଆଜି ଦିନ ଦ୍ୱିପ୍ରହରରେ ୨ଟାରେ ଲୁଟେରା ସ୍ଥାନୀୟ ୱାର୍ଡ଼ ନଂ-୧ କେଶବନଗରରେ ଲୁଟ୍‌ପାଟ୍‌ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସସ୍ମିତା ବେହେରାଙ୍କ ଘରକୁ ଲୁଟେରାମାନେ ପଶି ଭୁଜାଲି ମୁନରେ ସୁନା ଗହଣା, ନଗଦ ଟଙ୍କା ଆଦି ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌ ସାମଗ୍ରୀର ପରିମାଣ ୨ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ପରିବାର ଲୋକେ କହିଛନ୍ତି । ଏ ନେଇ ବରଗଡ଼ ଟାଉନ ଥାନାରେ ଏତଲା ହେବା ପରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।

Leave A Reply

Your email address will not be published.

error: Content is protected !!