csstore

ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଛତ୍ରପୁରରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

• ଶୋଭାଯାତ୍ରାରେ ୧ଶହ ମିଟର ଲମ୍ବର ଜାତୀୟ ପତାକାର ଫର୍ଦ୍ଦକୁ ଲମ୍ବେଇ ଧରି ସାମୁହିକ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ଅହିଂସା ରଥକୁ ସ୍ୱାଗତ କରାଯାଇଛି । ଛତ୍ରପୁରଠାରେ ବର୍ଣ୍ଣାଢ୍ୟ ପଟୁଆରରେ ଅହିଂସା ରଥ ସହର ପରିକ୍ରମା କରିଥିଲା । ଛତ୍ରପୁର ସହରର ମୁଖ୍ୟ ପ୍ରବେଶ ପଥ ପୁତ୍ତିଗୋପାଳପୁର, ଅପରବସଷ୍ଟାଣ୍ଡ, ସୀତାରାମପଲ୍ଲୀ ଛକ, ମଝି ବଜାର, ମେନ୍‌ ରୋଡ଼ ଦେଇ ରିକାପଲ୍ଲୀ କଲ୍ୟାଣ ମଣ୍ଡପ, ରିକାପଲ୍ଲୀ ଛକ, ଲୱେର ବସଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପୋଲିସ ମୁଖ୍ୟାଳୟ, ରିଜର୍ଭ ପୋଲିସଲାଇନ ହୋଇ ଗାନ୍ଧିଜୀଙ୍କ ପ୍ରଜ୍ଞାପନ ମେଢ଼ ଅନସ୍ଲୋ ହାଇସ୍କୁଲର ମିନି ଷ୍ଟାଡିୟମରେ ପହଞ୍ଚିଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ କଡ଼ା ଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା । ଜିଲ୍ଲା ସଦରମହକୁମା ସହରର ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସମାଜ ସଂଗଠନ ପକ୍ଷରୁ ରଥକୁ ସ୍ୱାଗତ ସ୍ୱରୂପ ପାରମ୍ପରିକ ରୀତିରେ ବନ୍ଦାପନା କରାଯାଇଛି । ସହରଟି ସାରା ଶଙ୍ଖ ହୁଳାହୁଳି ଧ୍ୱନିରେ ମୁଖରୀତ ହୋଇଉଠିଛି । ଅହିଂସା ରଥକୁ ସ୍ୱାଗତ କରାଯିବା ପୂର୍ବକ ୧ଶହ ମିଟର ଲମ୍ବର ଜାତୀୟ ପତାକାର ଫର୍ଦ୍ଦ ବ୍ୟାନରକୁ ସାମୁହିକ ଭାବେ ଛାତ୍ରଛାତ୍ରୀ, ମହିଳା ସ୍ୱେଚ୍ଛାସେବୀମାନେ ଧରି ଶୋଭାଯାତ୍ରାରେ ଶୋଭାବର୍ଦ୍ଧନ କରିଥିଲେ ।

jayashree
Leave A Reply

Your email address will not be published.