oom

ସୁସ୍ଥ ସମାଜ ଗଠନ କରେ ନାଟକ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡ଼ିଶା ନାଟ୍ୟ ସଂଘ, ଜିଲ୍ଲା ଶାଖା ସୁବର୍ଣ୍ଣପୁର, ମହାନଦୀ ସାହିତ୍ୟ ସଂସଦ, ଟ୍ରେଣ୍ଡି ଏକାଡ଼େମୀ ଓ ନାଟ୍, ସୁବର୍ଣ୍ଣପୁରର ମିଳିତ ସହଯୋଗରେ ଓଡ଼ିଶା ନାଟ୍ୟ ସଂଘ ଦିବସ-୨୦୨୨ ପାଳିତ ହୋଇଯାଇଛି । ତା.୨୬ଦ୦୯ଦ୨୦୨୨ ରିଖ, ସଂଧ୍ୟାରେ ସ୍ଥାନୀୟ ମହାନଦୀ ସାହିତ୍ୟ ସଂସଦର ସଭାଗୃହରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । ଜିଲ୍ଲା ସଂଯୋଜକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ସଭାରେ ପୌର ପରିଷଦ, ସୁବର୍ଣ୍ଣପୁରର ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁସ୍ଥ ସମାଜ ଗଠନ କରିବାରେ ନାଟକର ଯଥେଷ୍ଟ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଅଶ୍ୱିନି କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, କବି ଆର୍ତ୍ତତ୍ରାଣ ବାବୁ, ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ର ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସଦସ୍ୟ ଶାଶ୍ୱତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । ନାଟ୍‌ର ସଂପାଦକ ବନମାଳି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ମହାନଦୀ ସାହିତ୍ୟ ସଂସଦ ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀଧର ବାଗ, ପ୍ରଦ୍ୟୁମ୍ନ କୁମାର ସାହୁ, ସୁମନ୍ତ ଭୋଇ, ଡୋଳାମଣି ମହାକୁଡ, ଶ୍ରୀମତୀ ଚନ୍ଦ୍ରାବତୀ ପାଣ୍ଡେଙ୍କୁ ନାଟ୍ୟକାର ଭାବରେ ସମ୍ବର୍ଧିତ କରାଯିବା ସହିତ ନିକଟ ଅତୀତରେ ରାଜ୍ୟସ୍ତରୀୟ ନାଟ୍ୟୋତ୍ସବରେ ମଂଚସ୍ଥ ହୋଇ ବହୁ ପ୍ରଶଂସିତ ହୋଇଥିବା କୁଆଁରୀ ନାଟକର କଳାକାରମାନଙ୍କୁ ମଧ୍ୟ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା । କବି ଲକ୍ଷ୍ମୀନାରାୟଣ ସାହୁ, ଅଭିନେତା ସମୀର ସାହୁ, କଥାକାର କ୍ଷୀରୋଦ ବିଶ୍ୱାଳ, ଅଭିନେତା ଅବିନାଶ ହୋତା ଓ ଅଭିନେତା ଶିବରାଜ କମ୍ପ ମଂଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.