csstore

ଦୟା ସାହିତ୍ୟ ସଂସଦର ମାସିକ କବିତା ପାଠୋତ୍ସବ

ଡେଲାଙ୍ଗ, (ଦିଳ୍ଲୀପ କୁମାର ଧାଉଡିଆ) : ଆଜି କଣାସ ବ୍ଲକ ସିରେଇ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଦୟା ସାହିତ୍ୟ ସଂସଦର କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ପ୍ରତିଭା ବିଭୂତି ଭୂଷଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାହିତ୍ୟକ କୃପାସିନ୍ଧୁ ବିଶ୍ୱାଳ ଶଦ୍ଦତତ୍ତ୍ୱ ଉପରେ ଆଲୋଚନା ରଖିଥିଲେ । ସଂପାଦକ ଜିତେନ୍ଦ୍ର କୁମାର ପେଣ୍ଠୋଇ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । କବିଶ୍ରୀ ଲିଙ୍ଗରାଜ ମହାପାତ୍ର, ମାନକୁମାରୀ ମଲ୍ଲିକ, ମଲ୍ଲିକା ସିଂହ, ଗଣେଶ ଗୁମାନସିଂହ, ପ୍ରତିଭା ପରିଡା, ଅଜୟ ସେଠୀ, ପ୍ରମୋଦ କୁମାର ଜେନା, ପ୍ରକାଶ ବଡଜେନା, ଭକ୍ତ ପ୍ରସାଦ ପେଣ୍ଠୋଇ ,ଶୁଭ୍ରାଦିତା ଆଚାର୍ଯ୍ୟ, ଗାୟତ୍ରୀ ପ୍ରିୟଦର୍ଶିନୀ ପେଣ୍ଠୋଇ ଇତ୍ୟାଦି ଯୋଗ ଦେଇ କବିତା ପାଠ କରିଥିଲେ । କବି ଶରତ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ । କବି ଅଜୟ କୁମାର ବଳିୟାରସିଂହ କବିତା ଗୁଡିକର ସଂଯୋଜନା କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟକ୍ରମଟିର ପରିଚାଳନା କୋଷାଧ୍ୟକ୍ଷ ଲଲାଟ ନୀଶଙ୍କ କରିଥିଲେ ।

jayashree
Leave A Reply

Your email address will not be published.