ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାର ରମଣ ଭିପନେଟ ସାଇନ୍ସ କ୍ଲବ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷର ମୁଖ୍ୟ ବିଷୟ ‘ସହନୀୟ ବିକାଶରେ ମୌଳିକ ବିଜ୍ଞାନ : ସମ୍ଭାବନା ଓ ଆହ୍ୱାନ’ ଉପରେ ଦଶ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ସାଇରଜ ମହାପାତ୍ର ପ୍ରଥମ, ରୋଶନାରାଣୀ ଗୁରୁ ଦ୍ଵିତୀୟ ଓ ପ୍ରିୟବ୍ରତ ପଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ସାଇରଜ ମହାପାତ୍ର ବିନୋବା ଉଚ୍ଚ ବିଦ୍ୟାଳୟ, ଛତାମଖନାଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଭାଗ ନେବେ । ଶିକ୍ଷକ ସଂକୀର୍ତ୍ତନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଜିତ କୁମାର ଗୁରୁ, ଗଜିନ୍ଦ୍ର ନାଇକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!