jayashree

ସ୍ୱେଚ୍ଛାସେବୀଙ୍କ ଉଦ୍ୟମ କ୍ରମେ ନେଲସନ ମୁଣ୍ଡା ପହଁଚିଲେ ନିଜ ଭିଟାମାଟି

କଳାହାଣ୍ଡି, (ପି.କେ. ସାହୁ) : ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କ ଉଦ୍ୟମରେ ନେଲସନ ମୁଣ୍ଡା ନିଜ ଭିଟାମାଟିକୁ ପହଞ୍ଚିପାରିଥିବା ଜଣାପଡିଛି । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳ ବିଶାଳଖଣ୍ଡା ନିକଟବର୍ତ୍ତୀ ଏକ ଗାଁରୁ ନେଲସନ ମୁଣ୍ଡା ନାମକ ଜଣେ ବ୍ୟକ୍ତି କିଛିଦିନ ତଳେ ମହାରାଷ୍ଟ୍ରର ପୁନେ ସହରକୁ କାମ କରିବା ପାଇଁ ଯାଇଥିଲେ । କିଛି କାରଣ ଯୋଗୁଁ ସେ ଉକ୍ତ ଜାଗାକୁ ପଞ୍ଚିପାରିନଥିଲେ । ସେ ଅଲଗା ଏକ ଜାଗାକୁ ପଳାଇ ଯାଇଥିଲେ । ସେ ସେଠାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ତାଙ୍କର ଗୋଡରେ ଗଭୀର ଆଘାତ ଲାଗିଥିଲା । ସେହି ଅଞ୍ଚଳରେ ରହୁଥିବା କେନ୍ଦୁଝରର ଜଣେ ବ୍ୟକ୍ତି ଜାଣି କେନ୍ଦୁଝରର ତପନ କୁମାରଙ୍କୁ ଜଣାଇଥିଲେ । ତପନ ଜାଣିବାପରେ କୋରାପୁଟର ନରେନ୍ଦ୍ର ଗଉଡ଼ ଓ କଳାହାଣ୍ଡିର ଯୁବ ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ପରେ ନରେନ୍ଦ୍ର ସମ୍ବଲପୁର ଜିଲ୍ଲାର ଲକ୍ଷ୍ମୀ ପ୍ରସାଦଙ୍କ ନମ୍ବର ଦେଇଥିଲେ । ଏପଟେ ସମାଜସେବୀ ଶ୍ରୀ ରଣା ମଧ୍ୟ ସମ୍ବଲପୁରର ସ୍ୱେଚ୍ଛାସେବୀ ଶ୍ରୀୟାଙ୍କ ସହ ଯୋଗାଯୋଗ କରି ତାଙ୍କର ପରିଚୟ ପାଇଁ ତାଙ୍କ ଘରକୁ ଶ୍ରୀୟା ଯାଇଥିଲେ । ପରେ ଶ୍ରୀ ମହାପାତ୍ର ବିଶାଳଖଣ୍ଡାର ସରପଞ୍ଚ ଜଗନ୍ନାଥ ନାଥଙ୍କୁ ଏହି ବିଷୟରେ ଜଣାଇଥିଲେ । ଶ୍ରୀ ନାଥ ଏହାପରେ ମଝିପଡା ତାଙ୍କର ସମ୍ପର୍କିୟଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସମସ୍ତ ସ୍ବେଛାସେବୀ ଙ୍କ ସହ ଆଲୋଚନା କରି କୋଲ୍ହପୁର ସ୍ଥିତ ଏକ ଆଶ୍ରମ ରେ କିଛିଦିନ ରଖାଯାଇଥିଲା କ୍ଷ ଗତକାଲି ସମସ୍ତ ଙ୍କ ପ୍ରଚେଷ୍ଟା ରେ ନେଲସନ ଘରକୁ ପହଞ୍ଚିଛନ୍ତି କ୍ଷ ସେ ପହଂଚିବା ପରେ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସ୍ୱେଚ୍ଛାସେବୀମାନଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.