csstore

ବରଗଡ଼ ହଳଦୀପାଲିରେ ବେଦାନ୍ତ ଗାଡି ଧକ୍କାରେ ଜଣେ ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ହଳଦୀପାଲି ଛକରେ ବେଦାନ୍ତ ଗାଡି ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଗୁଡ଼ିସିରା ଗ୍ରାମର ଅଲେଖ ହରିପାଳ(୬୦) । ସୂଚନା ଅନୁସାରେ, ସେ ସାଇକେଲରେ ଘାସ ବୋଝେଇ କରି ରାସ୍ତା ପାରି ହେଉଥିବା ସମୟରେ ବେଦାନ୍ତ ଗାଡି ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବେଦାନ୍ତ ଗାଡି ରାସ୍ତା ଉପରେ ବେନିୟମ ଭାବରେ ସବୁବେଳେ ଛିଡା ରହୁଥିବା ବେଳେ ପ୍ରଶାସନକୁ ବାରମ୍ବାର ଦାବୀ କରିବା ସତ୍ତ୍ୱେ ତାର ସମାଧାନ ହେଉନଥିବା ବେଳେ ମୃତ୍ୟ ପରେ ପରିବାର ଲୋକଙ୍କ ବିନା ଉପସ୍ଥିତିରେ ପୋଲିସ ଶବ ଉଠାଇ ନେବାକୁ ଲୋକେ ତୀବ୍ର ବିରୋଧ କରିଛନ୍ତି ଓ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଛିଡା ହୋଇଅଛି ।

jayashree
Leave A Reply

Your email address will not be published.