ଅଜଣା ବୋଲେରୋ ଗାଡି ଧକ୍କାରେ ଜଣେ ଗୁରୁତର, ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକଲୋ ବ୍ଲକ ଅନ୍ତର୍ଗତ ବଡବ୍ୟାଙ୍କ ଗ୍ରାମ ଠାରେ ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବଲରା ଗ୍ରାମର ମୁକୁନ୍ଦ ବାଗ । କୌଣସି କାମ ଯୋଗେ ମୁକୁନ୍ଦ ବଡବ୍ୟାଙ୍କକୁ ଯାଉଥିବା ସମୟରେ ସେଠାରେ ତାଙ୍କୁ ଏକ ଅଜଣା ବୋଲେରୋ ଧକ୍କା ଦେଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.