ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଚକାପାଦ ପଞ୍ଚାୟତ ସମିତି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୈନେତ୍ରୀ କହଁର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୋମନାଥ ବେହେରା, ସମିତି ସଭ୍ୟ ଜୁନେସ ଦିଗାଲ ଏବଂ ୧୨ ଗୋଟି ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୮୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଟିମ ହ୍ୟୁମାନିଟି କନ୍ଧମାଳର ଟିକାବାଲି ଶାଖା ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ପ୍ରଶାନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସେକ୍ସନ ଅଫିସର ଶ୍ରୀକାନ୍ତ ଦାସ ଓ ଜି.ପି ଓ ଉମା ଚରଣ ସାହୁ, ପ୍ରେମାନନ୍ଦ ପ୍ରଧାନ ଓ ଅନ୍ୟାନ୍ୟ ସହକର୍ମୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.