oom

ବୀରମହାରାଜପୁରରେ ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ଚାଲିଥିବା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପର ବଲାଙ୍ଗିର ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଯୋଗ ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଆମ୍ ଆଦମୀ ପାର୍ଟିର ଲୋକ କଲ୍ୟାଣ କାମକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରିଥିଲେ । କାର୍ଯ୍ୟକର୍ତ୍ତାମାନଙ୍କୁ ଆମ୍ ଆଦମୀ ପାର୍ଟିର ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାରର ରାଜନୀତି ବିଷୟରେ ଆପ ନେତା ଆଶିଷ ପାଣ୍ଡେ ଏବଂ ପାର୍ଟିର କାର୍ଯ୍ୟକଳାପ ପାର୍ଟିର ନୀତି ଆଦର୍ଶକୁ ଗାଁ ଗାଁ ଘର ଘର ପହଞ୍ଚାଇବାକୁ ପଡ଼ିବ ଏବଂ ନୂତନ ସାଥୀକୁ ଯୋଡିବାକୁ ପଡ଼ିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ । ବିଜେଡି, ବିଜେପି, କଂଗ୍ରେସର ୭୫ ବର୍ଷର ରାଜନୀତି ଏବଂ ଆମ୍ ଆଦମୀ ପାର୍ଟିର ୭ ବର୍ଷର ରାଜନୀତିର ପାର୍ଥକ୍ୟ ବିଷୟରେ କହିଥିଲେ । ଲଢ଼େଇ ହେବ ଧର୍ମ ଅଧର୍ମ ମଧ୍ୟରେ । ଏହା ହେଉଛି ଧର୍ମ ଯୁଦ୍‌ଦ୍ଧ, ଏହି ଯୁଦ୍‌ଦ୍ଧ ରେ ସାମିଲ୍ ହେବା ପାଇଁ ଏହି ଧର୍ମ ଯୁଦ୍‌ଦ୍ଧ ଜିତିବା ପାଇଁ ଆମକୁ ଏକଜୁଟ ହେବାକୁ ପଡ଼ିବ । ଯେତେ ଘଣ୍ଟା କାମ କରୁଛନ୍ତି ଆଉ ୨ ଘଣ୍ଟା ବଢାଇବାକୁ ପଡ଼ିବ ଏବଂ ରାତି ଦିନ ଏକ କରିବାକୁ ପଡିବ ବୋଲି ଆପ ନେତା ଶ୍ରୀ ପାଣ୍ଡେ ସୁବର୍ଣ୍ଣପୁର କାର୍ଯ୍ୟକର୍ତ୍ତା ସାଥୀମାନଙ୍କୁ କହିଥିଲେ ।

jittmm
Leave A Reply

Your email address will not be published.