oom

ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ

jsmm

ଢେଙ୍କାନାଳ, (ଅଙ୍କିତା ସାହୁ) : ସବୁଜ ପୃଥିବୀ ଗଠନର ପ୍ରୟାସ । ସେପଟେ ଗଛ କଟାର ଗତି ସାଙ୍ଗକୁ ଗଛ ଲଗାଇବାର ଗତିକୁ ତ୍ୱରାନ୍ୱିତ କରିବାକୁ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି । ସବୁଜ ବିକଳ୍ପ ପାଇଁ ନିଆରା ପ୍ରୟାସ କରିଛନ୍ତି ସେ । ଗଛ ହସିଲେ ଜୀବନ ହସିବ । କିନ୍ତୁ ଏବେ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଥିବା ବେଳେ ସିଡ୍ ବଲ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ । ସିଡ୍ ବଲ୍ ବା ମଞ୍ଜି ଗୋଳା ପ୍ରସ୍ତୁତ କରିବା ଏବଂ ତାର ଉପକାରିତା ନେଇ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଯୁବ ଗୋଷ୍ଠୀଙ୍କୁ ନେଇ ବିଭିନ୍ନ କର୍ମଶାଳାର କରୁଛନ୍ତି ଆୟୋଜନ ।

କୁନିକୁନି ଛାତ୍ରଛାତ୍ରୀମାନେ ସିଡ୍ ବଲ୍ ନିର୍ମାଣ ଶିଖିବା ସହ ତାହାକୁ ସ୍କୁଲ ଅଗଣା । ଖେଳ ପଡିଆ ନିକଟରେ ଏବଂ ନିକଟସ୍ଥ ଜଙ୍ଗଲ ସ୍ଥାନରେ ଫୋପାଡି ଥିଲେ । ସେହିପରି ମଣିଷ ନିଜ ଚାହିଦା ବୃଦ୍ଧି ନିମନ୍ତେ ବିପୁଳ ପରିମାଣର ଗଛ କଟିବାରେ ଲାଗିଛି ହେଲେ ସେହି ମାତ୍ରାରେ ଗଛ ଲଗାଇବାର ପ୍ରୟାସ କେଉଁଠି ନା କେଉଁଠି ଧିମା ପଡିଛି । ସେହି ଗତିର ସ୍ପୀଡ଼କୁ ବଢାଇବାକୁ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି ଶୁଭ୍ରାଂଶୁ । ଡ୍ରୋନ ଯୋଗେ ବିଭିନ୍ନ ଅପହଞ୍ଚ ସ୍ଥାନରେ ସିଡ୍ ବଲ୍ ପକାଇଛନ୍ତି ।

ପ୍ରକାଶ ଥାଉକି ଶୁଭ୍ରାଂଶୁ ବିଗତ ୫ରୁ ୬ ବର୍ଷ ହେବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଭଳି କର୍ମଶାଳା ସହ ସିଡ୍ ବଲ୍ ନିର୍ମାଣ କରି ବିଭିନ୍ନ ସ୍ଥାନରେ ପକାଇଛନ୍ତି । ସେ ନିଜ ସାଙ୍ଗରେ ଅନେକ ଯୁବପିଢ଼ିଙ୍କୁ ଏହି ଦିଗରେ ଉତ୍ସାହିତ ମଧ୍ୟ କରିଛନ୍ତି । ତେବେ ସିଡ୍ ବଲ୍ ଦ୍ୱାରା ବନୀକରଣ ଏକ ସହଜ ଉପାୟ ହୋଇଥିବା ବେଳେ ଯୁବ ପିଢ଼ି ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ସହଜରେ ଏହାକୁ ଗ୍ରହଣ କରିବା ସହ କାମରେ ଲଗାଇ ପାରିବେ ଯାହା ଦ୍ୱାରା ଏକ ସବୁଜ ପୃଥିବୀର ରଚନା କରାଯାଇପାରିବ ବୋଲି ଶୁଭ୍ରାଂଶୁ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.