oom

ବରଗଡ଼ ଜିଲ୍ଲାରେ ୨୯୧ ମିମି ବର୍ଷା ରେକର୍ଡ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲାର ବିଜେପୁର ବ୍ଲକ ଅଞ୍ଚଳରେ ସର୍ବାଧିକ ୬୬.୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ବରପାଲି ବ୍ଲକ ଅଞ୍ଚଳରେ ସର୍ବନିମ୍ନ ୪.୦ ମିମି ବର୍ଷା ହୋଇଥିବା ଜଣାପଡିଛି । ଜିଲ୍ଲାର ଅନ୍ୟ ବ୍ଲକ ଗୁଡ଼ିକରେ ଅମ୍ଭାଭୋନା ବ୍ଲକରେ ୨୦.୦ ମି ମି, ଅତାବିରା ବ୍ଲକ ଅଞ୍ଚଳରେ ୪.୪ ମି ମି, ବରଗଡ଼ ବ୍ଲକ ଅଞ୍ଚଳରେ ୧୧.୪ମିମି, ଭଟଲି ବ୍ଲକ ଅଞ୍ଚଳରେ ୧୦.୦ ମି ମି, ଭେଡେନ ବ୍ଲକରେ ୪.୩ ମି ମି, ଗାଇସିଲେଟ ବ୍ଲକ ଅଞ୍ଚଳରେ ୪୨.୯୦ ମି ମି, ଝାରବନ୍ଧ ବ୍ଲକରେ ୧୭.୦ ମି ମି, ପଦ୍ମପୁର ବ୍ଲକ ଅଞ୍ଚଳରେ ୧୯.୦ ମି ମି, ପାଇକମାଲ ବ୍ଲକ ଅଞ୍ଚଳରେ ୨୮.୦ ମି ମି ଓ ସୋହେଲା ବ୍ଲକ ଅଞ୍ଚଳରେ ୬୪.୦ ମି ବର୍ଷା ହୋଇଥିବା ରେକର୍ଡ ହୋଇଛି ।

jittmm
Leave A Reply

Your email address will not be published.