pakka

ବଣୁଆ ହାତୀ ଆକ୍ରମଣ : ଅଳ୍ପକେ ବର୍ତ୍ତିଲେ କେନ୍ଦୁପତ୍ର ବନ୍ଧାଳି ପରିବାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ଗାଁ ମାନଙ୍କରେ ବାରମ୍ୱାର ହାତୀ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି । ଏହା ପ୍ରତ୍ୟେକ ବର୍ଷର ଏକ ନିତିଦିନିଆ ଘଟଣା ରୂପେ ପ୍ରତିପାଦିତ ହୋଇଛି । ଅନେକ ଧନ ଜୀବନ ନଷ୍ଟ ହେଉଥିବାର ଦେଖା ଦେଉଛି । ବିଭାଗୀୟ ଅଧିକାରୀ ମାନଙ୍କ ଏ ଉପରେ ସଚେତନ ତଥା ଆଗୁଆ ସତର୍କତାମୂଳକ ସୂଚନା ହେତୁ ମନୁଷ୍ୟ ଜୀବନ କେତେକାଂଶରେ ବଞ୍ଚି ଯାଉଥିବା ବେଳେ ବଣୁଆ ହାତୀ ଯେ, ଏଥିରୁ ନିବୃତ ରହିବ ଏହାରି ତାରତମ୍ୟ ଦେଖା ଯାଉନାହିଁ ।ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ବିକଳ୍ପ ବ୍ୟବସ୍ଥା କରିବାକୁ ଜନସାଧାରଣ ଦାବୀ ହେଉଛି । ଆଜି ପାଇକମାଳ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତର ପତ୍ରାପାଲି କେନ୍ଦୁପତ୍ର ଫଡ଼ି କାର୍ଯ୍ୟକରୁଥିବା ବନ୍ଧାଳି ପରିବାର ଉପରେ ବଣୁଆ ହାତୀ ଆକ୍ରମଣ କରିଥିଲା । ଆକ୍ରମଣରେ ଅସ୍ଥାୟୀ ଘର କରି ରହୁଥିବା ସମସ୍ତ ଘରକୁ ଭାଙ୍ଗି ଛାରଖାର କରିଦେଇଛି । ଫଳରେ କେନ୍ଦୁପତ୍ର ବନ୍ଧାଳି ପରିବାର ଫଡିଘର ଭିତରେ ପିଲା ଛୁଆ ଧରି ଲୁଚି ରହିଥିଲେ । ବିଭାଗୀୟ ଫରେଷ୍ଟ ବିଭାଗ କର୍ମକର୍ତ୍ତା ଘଟଣା ସ୍ଥଳକୁ ପହଞ୍ଚି ହାତୀକୁ ଘଉଡ଼ାଇବାରୁ ପଳାୟନ କରିଥିଲା । ଏ ଖବର ପାଇ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ସୁବ୍ୟବସ୍ଥା କରିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

18 − seventeen =