jayashree

ବ୍ୟବସାୟୀଙ୍କ ମହାନତା : ୪୦୦ ବିଦ୍ୟାର୍ଥୀଙ୍କୁ ଦେଉଛନ୍ତି ଫଳ ଓ ବିସ୍କୁଟ

ଆଠଗଡ : ଆଠଗଡର ଜଣେ ଫଳ ବ୍ୟବସାୟୀ ତଥା ପୂର୍ବତନ ପରିଷଦ ଅଜୟ କୁମାର ବେହେରାଙ୍କ ମହାନତାକୁ ନେଇ ଚର୍ଚ୍ଚା ଚାଲିଛି । ବିଶ୍ୱନାଥ ବିଦ୍ୟାପୀଠ ନିକଟରେ ଫଳ ବ୍ୟବସାୟ କରୁଥିବା ଅଜୟ ପ୍ରତିମାସ ଶେଷ ମଙ୍ଗଳବାର ବିଶ୍ୱନାଥ ବିଦ୍ୟାପୀଠର ୪୦୦ ଛାତ୍ରଙ୍କୁ ଗତ ୩ ମାସ ହେବ କଦଳୀ ଓ ବିସ୍କୁଟ ପ୍ୟାକେଟ ଦେଇଆସୁଛନ୍ତି । ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସଂପୃକ୍ତ ଫଳ ବ୍ୟବସାୟୀ ଅଜୟଙ୍କୁ ପିଲାମାନଙ୍କୁ ଫଳ ଓ ବିସ୍କୁଟ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରି ବିଦ୍ୟାଳୟର ପୂରାତନ ଛାତ୍ର ଅଜୟ ଗତ ୩ ମାସ ହେଲାଣି ପ୍ରତିମାସର ଶେଷ ମଙ୍ଗଳବାରରେ ଏହି ମହାନ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଜିଲ୍ଲାପାଳଙ୍କ ସମେତ ସ୍କୁଲ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟି ସଦସ୍ୟ ସାଧୁବାଦ ଜଣାଇଛନ୍ତି । ମଙ୍ଗଳବାର ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି, ସରିତା ମିଶ୍ର, ଶିକ୍ଷକ କାଶିନାଥ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତି ଶ୍ରେଣୀକୁ ଯାଇ ଅଜୟ ପ୍ରତ୍ୟେକ ଛାତ୍ରଙ୍କୁ ବିସ୍କୁଟ ପ୍ୟାକେଟ ଓ କଦଳୀ ପ୍ରଦାନ କରିଥିଲେ । ସେ ଏହି କାର୍ଯ୍ୟ ନିୟମିତ କରି ଚାଲିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.