ଗାଡି ସହ କାଠ ପଟା ଜବତ : ୬ ଗିରଫ

ମାଲକାନଗିରି : ମାଲକାନଗିରି ବନବିଭାଗ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ଏକ ଗାଡି ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ଜବତ କରିଛି । ଏଥିସହ ୬ ଜଣଙ୍କୁ ଗିରଫ କରିଛି । ମାଲକାନଗିରି ଥାନସ୍ଥ ଏମଭି୨୩ ଗ୍ରାମରେ ବେଆଇନ ଭାବେ କାଠ ନିର୍ମିତ ଆସବାପତ୍ର ନିର୍ମାଣ କରି ବିକ୍ରି ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ବନବିଭାଗ ଖବର ପାଇଥିଲା । ବନଖଣ୍ଡଅଧିକାରୀ ପ୍ରତାପ କୋଟାପଲିଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ଏକ ଟିମ ମାଲକାନଗିରି ବ୍ଲକସ୍ଥ ଏମଭି ୨୩ ଗ୍ରାମରେ ଚଢାଉ କରିଥିଲେ । ସେହି ଗ୍ରାମର ଗୌର ବାଛାରଙ୍କ ଘର ଭିତରେ ବନବିଭାଗ ଯାଞ୍ଚ କରିବାରୁ ଘରୁ ବହୁପରିମାଣ ମୂଲ୍ୟବାନ ଶାଗୁଆନ କାଠପଟା, କରତ, ଅର୍ଦ୍ଧନିର୍ମିତ ଖଟ ଜବତ କରିଥିଲା । ବେଆଇନ ଭାବେ ଗଛ କାଟି କାଠରେ ନିର୍ମିତ ସାମଗ୍ରୀ ନିର୍ମାଣ କରି ବିକ୍ରି କରୁଥିବା ଅଭିଯୋଗରେ ବନ ବିଭାଗ ପକ୍ଷରୁ ଗୌର ବାଛାରଙ୍କୁ ଗିରଫ କରି କାଠପଟା ଜବତ କରିଛି । ସେହିପରି ମଙ୍ଗଳବାର ମଧ୍ୟ ରାତ୍ରରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ମାରୁତି ଓମିନି ଭ୍ୟାନ ଦ୍ରୁତଗତିରେ ପଳାଉଥିବାର ଦେଖିବାକୁ ପାଇଥିଲେ । ଗାଡିକୁ ଗୋଡ଼ାଇ ଧରିବାରୁ ଗାଡି ମଧ୍ୟରୁ ୫ଟି ଶାଗୁଆନ କାଠ ପଟା ଓ ଅର୍ଦ୍ଧନିର୍ମିତ ଖଟକୁ ଜବତ କରାଯାଇଛି । ବେଆଇନ ଭାବେ ମୂଲ୍ୟବାନ ଶାଗୁଆନ କାଠ ପଠା ନେଇ ଯାଉଥିବା ଅଭିଯୋଗରେ ଗାଡ଼ିରେ ବସିଥିବା ୫ ଜଣଙ୍କୁ ବନ ବିଭାଗ ଗିରଫ କରିଥିବାର ଜଣାପଡ଼ିଛି । ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ, ବନପାଳ ଦେବାଶିଷ ପ୍ରଧାନ, ହୃଷିକେଶ ପାଣିଗ୍ରାହୀ, ସନ୍ତୋଷ ଦେ,ରମେଶ ରାଉତ ପ୍ରମୁଖ ବନ ବିଭାଗ କର୍ମଚାରୀ ଓ ପାରା ଷ୍ଟାଫମାନେ ଭାଗ ନେଇଥିଲେ ।

Leave A Reply

Your email address will not be published.

error: Content is protected !!