କେନ୍ଦ୍ରୀୟ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚଳିତ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ପ୍ରବନ୍ଧନ ସମିତିର ପ୍ରଥମ ବୈଠକ ସମିତିର ଅଧ୍ୟକ୍ଷ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ୍ୟା ରାଜଲକ୍ଷ୍ମୀ ବିଶ୍ୱାଳ ସମିତିର ସଦସ୍ୟମାନଙ୍କୁ ସ୍ୱାଗତ କରିବାସହ ଗତ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସିବିଏସସି ବୋର୍ଡ ପରୀକ୍ଷା ଫଳ ବିଷୟରେ ଅବଗତ କରାଇଥିଲେ । ବିଦ୍ୟାଳୟର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତାବ ଗୁଡିକ ଅଧ୍ୟକ୍ଷାଙ୍କ ଦ୍ୱାରା ସମିତି ସମ୍ମୁଖରେ ଆଲୋଚନା ପାଇଁ ଉପସ୍ଥାପିତ ହୋଇଥିଲା । ପ୍ରସ୍ତାବ ଗୁଡିକ ମଧ୍ୟରେ ବିଦ୍ୟାଳୟ ଖେଳ ପଡ଼ିଆର ଉନ୍ନତିକରଣ, ବିଦ୍ୟାଳୟ ପରିସରରେ ଥିବା ବିଦ୍ୟୁତ ଟ୍ରାନସଫରମର ଉଚ୍ଚତା ବୃଦ୍ଧି, ବିଦ୍ୟାଳୟ ସମ୍ମୁଖ ରାସ୍ତା ନିୟମିତ ପରିସ୍କାର, ସ୍ପିଡ ବ୍ରେକର ସ୍ଥାପନ ଓ ମକଡ୍ରିଲ ଉପରେ ଆଲୋଚନା ହୋଇଥିଲା । ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ଜିଲ୍ଲାପାଳ ଶ୍ରୀ ସାହୁ ପ୍ରସ୍ତାବ ଗୁଡିକର ଆଶୁ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରି ଅଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ତଫସିଲଭୁକ୍ତ ଜାତି ଓ ଉପଜାତି ଅଧ୍ୟକ୍ଷା ଶାନ୍ତିସୁଧା ପାତ୍ର, ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଜୋଲି ଟମି, ଅଭିଭାବକ ମନୋରଞ୍ଜନ ଦାଶ, କଳ୍ୟାଣୀ ବେହେରା, ବୌଦ୍ଧ କୋର୍ଟ ଡାକଘର ମୁଖ୍ୟ ନମିତା ମିଶ୍ର ଓ ଶିକ୍ଷକ ମନୋଜ ପଶାୟତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.