oom

କୋଶଲ ରାଜ୍ୟ ଦାବୀ ନେଇ ମହାବନ୍ଦ ଡାକରା : ଶାନ୍ତି ଶୃଙ୍ଖଳାର ସହ କଂଟାବାଂଜି ଓ ତୁରେକେଲାରେ ବନ୍ଦ ସଫଳ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : କୋଶଲ ମୁକ୍ତି ମୋର୍ଚ୍ଚା ଏବଂ କୋଶଲ ସେନାର ଆହ୍ୱାନକ୍ରମେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ପରିପ୍ରେକ୍ଷୀରେ କଂଟାବାଂଜି ସହର ଏବଂ ତୁରେକେଲା ବ୍ଲକ ସଦର ମହକୁମାରେ ବୁଧବାର ଦିନ ବନ୍ଦ ପାଳିତ ହୋଇଯାଇଛି । କଂଟାବାଂଜି ସହରରେ ସକାଳ ପ୍ରାୟ ୬ ଘଂଟାରୁ ବନ୍ଦ ପାଳନ ନେଇ କୋଶଲ ସେନାର କର୍ମୀମାନେ ପିକେଟିଂଗ ଯୋଗେ ଦୋକାନ ବଜାର ବନ୍ଦ କରିଥିଲେ । ଏପରି କି ସହରର ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ, ବାଣିଜ୍ୟ କେନ୍ଦ୍ର, ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା କାର୍ଯ୍ୟାଳୟ, ବେସରକାରୀ ଓ ସରକାରୀ ସମସ୍ତ କାର୍ଯ୍ୟାଳୟ ସହିତ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଥିଲା । କଂଟାବାଂଜି ଇଂଦିରା ଛକ ନିକଟରେ ରାସ୍ତା ଅବରୋଧ କରି ବିକ୍ଷୋଭ କରାଯାଇଥିଲା । ଦୁଇ ଚକିଆ ଯାନ ବ୍ୟତୀତ ସହରରେ ଅନ୍ୟ କୌଣସି ଯାନବାହାନ ଚଳାଚଳ କରିନଥିଲା । ଜରୁରୀକାଳୀନ ସୁବିଧା ମଧ୍ୟରେ ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନ ଖୋଲା ରହିଥିଲା । ଟ୍ରେନ ଚଳାଚଳରେ ମଧ୍ୟ କୌଣସି ପ୍ରଭାବ ପରିଲିକ୍ଷିତ ହୋଇ ନଥିଲା ସେହିପରି ତୁରେକେଲା ବ୍ଲକ ସଦର କାର୍ଯ୍ୟାଳୟରେ ମଧ୍ୟ ସମସ୍ତ ଦୋକାନ ବଜାର ସହିତ ବ୍ଲକ କାର୍ଯ୍ୟାଳୟ, କଲେଜ, ସ୍କୁଲ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । କଂଟାବାଂଜି ସହରରେ ଥିବା ଅନେକ କ୍ଲବ, ଅନୁଷ୍ଠାନ, ସାମାଜିକ ସଂସ୍ଥା, ବ୍ୟବସାୟୀକ ଅନୁଷ୍ଠାନ ମଧ୍ୟ ମହାବନ୍ଦକୁ ସମର୍ଥନ କରି ସାମିଲ ହୋଇଥିଲେ । ତୁରେକେଲାରେ କୋଶଲ ସେନାର ହରିଶ୍ଚନ୍ଦ୍ର ସାହୁ, ପ୍ରମୋଦ ମହାପାତ୍ର, ଯଶୋବନ୍ତ ପୁଟେଲ, ଡୋଲାମଣି ନାଗ, ମନୋଜ ପାନିଗ୍ରାହୀ, ମାନସ ଦରୱାନ, ରାଧେଶ୍ୟାମ ମହାନନ୍ଦ, ହେମ ପଣ୍ଡା, ଅର୍ଛୁ ଛତ୍ରିଆ, ବସନ୍ତ ପଣ୍ଡା, ଲୋକନାଥ ଛତର, ଖୁସିରାମ ମହାନନ୍ଦ, ଅଶ୍ୱିନ କୁମାର ଛତର, ମଦନ ଜାଲ, ଅଂଶୁ ବେନିଆ, ହେତୁରାମ ବାଗ, ଗୁଲାପ ବେନିଆ, ବିନୋଦ ପୁଟେଲଙ୍କ ନେତୃତ୍ୱରେ ବନ୍ଦ ପାଳିତ ହୋଇଛି । କଂଟାବାଂଜି ଓ ତୁରେକେଲାରେ ବନ୍ଦ ପାଳନ ବେଳେ ପ୍ରତ୍ୟେକ ଛକ ଏବଂ ମୁଖ୍ୟସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା । ବନ୍ଦ ବେଳେ କୌଣସି ପ୍ରକାର ଅପ୍ରିତିକର ଘଟଣା ଘଟି ନାହିଁ ।

jittmm
Leave A Reply

Your email address will not be published.