ଖର୍‌ସେଲପଡା ଠାରେ ଗଣେଶ ପୂଜା ସମୟରେ ଗୋଷ୍ଠୀ ସଂଘର୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଅନ୍ତର୍ଗତ ୱାର୍ଡ ନଂ ୨୧ର ଖର୍‌ସେଲପଡାରେ ଗଣେଶ ପୂଜା ସମୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଖର୍‌ସେଲପଡା ଗଣେଜ ପୂଜା ମେଢ ପାଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ପୂଜା କମିଟିର ଜିତେନ୍ଦ୍ର ରାଓ ନାମକ ଜଣେ ବ୍ୟକ୍ତି ମନା କରିବାକୁ ଯିବାରୁ ତାଙ୍କୁ ଗୋଷ୍ଠୀ ସଂଘର୍ଷରେ ଲିପ୍ତ ଥିବା ବ୍ୟକ୍ତିମାନେ ଲହୁ ଲୁହାଣ କରି ଦେଇଥିଲେ । ଫଳରେ ଜିତେନ୍ଦ୍ରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପିସିଆର୍‌ ଭେନ୍‌ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ସର୍ଜରି ୱାର୍ଡରେ ଭର୍ତ୍ତି କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.