ଖଗସାକନାରେ ନୂଆଁଖାଇ ଭେଟ୍‌ଘାଟ୍‌

ତରଭା, (ପୁସ୍ତମ୍ ଯୁଆଡି) : ତରଭା ବ୍ଲକ ମେଣ୍ଡା ପଂଚାୟତ ଅନ୍ତର୍ଗତ ଖଗସାକନା ଗାଁରେ ମାହେଶ୍ଵରୀ ପରିବାର ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଶଳି କବି ତଥା ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେ ମୁଖିଆ କୁନୁଆ, ଗାଁ ସ୍କୁଲର ପ୍ରଧାନ ଶିକ୍ଷକ ଭିକାରୀ ଚରଣ ମେହେର ମୁଖ୍ୟ ବକ୍ତା, ନନ୍ଦକିଶୋର ଝାଙ୍କର ଓ ନରେନ୍ଦ୍ର ଝାଙ୍କର୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନୂଆଁଖାଇ ଉପଲକ୍ଷେ ଗାଁରେ ନାଚ, ଗୀତ, ସିଲୋଲାଇ, ରଙ୍ଗୋଲି, ମ୍ୟୁଜିକ ଚେୟାର, ମାଠିଆ ଫାଟ, ମାରାଥନ ପ୍ରଭୃତି ପ୍ରତିଯୋଗିତା ହେଇଥିଲା । କବି ତଥା ନାଟ୍ୟକାର ଶ୍ରୀମତୀ ପାଣ୍ଡେଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଶାନ୍ତ ପଧାନ ସଭା ମୁଖ୍ୟ ହୋଇଥିବା ବେଳେ ମାହେଶ୍ଵରୀ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.