csstore

କୋଶଲ ଯୁବଶକ୍ତି ପକ୍ଷରୁ ନୂଆଁଖାଇ ଉପଲକ୍ଷେ ଅନାଥ ପିଲାମାନଙ୍କୁ ପୋଷାକ ଓ ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଦିଲ୍ଲୀପ ସରାପ) : କୋଶଲ ଯୁବଶକ୍ତି ବଙ୍ଗୋମୁଣ୍ଡା ନୂଆଁଖାଇ ଉପଲକ୍ଷେ ଏକ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିଛି । କୋଶଲ ଯୁବଶକ୍ତି ବଙ୍ଗୋମୁଣ୍ଡା ବ୍ଲକ ସଭାପତି କେଦାର ଭୋଇଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ବ୍ଲକ ଓ ମୁରିବାହାଲ ବ୍ଲକରେ ଥିବା ଅନାଥ ପିଲାମାନଙ୍କୁ ପୋଷାକ ସହ ଖାଦ୍ୟ ବଣ୍ଟନ କରାଯାଇଛି । ଏହା ସହ ସେମାନଙ୍କ ପଢା ପଢି ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ସଂଗଠନ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ମୁଖ୍ୟ ଉପଦେଷ୍ଟା କେକି ସିଂ ଭୋଇ, ଉପଦେଷ୍ଟା ରାଜୁ ହାତୀ, ଉପସଭାପତି ନୀଳକଣ୍ଠ ବାରିକ, ସମ୍ପାଦକ ଦ୍ରୋପଦ୍ ବାରିକ, ସହ ସମ୍ପାଦକ ଅନନ୍ତ ବାଗ୍, କୋଷାଧ୍ୟକ୍ଷ କାହ୍ନା ରଣା ଏବଂ ମୋହନ ପୁଟେଲ, ଜଗଦୀଶ ଭୋଇ ଦାମ ଥପା, ସୁମନ୍ତ ସାହୁ, ବିରାଜ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.