ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ : ସରକାରୀ ସହାୟତା ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଜଣେ ଖ୍ୟାତି ଅର୍ଜନ କରିଥିବା ଚିତ୍ରଶିଳ୍ପୀ ତଥା ଚିତ୍ରକଳାରେ ପାରଦର୍ଶିତା ଅର୍ଜନ କରିଥିବା ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କର ଡାହାଣ ଗୋଡ଼ରେ ପୂର୍ବେ ଗୋଟିଏ କଣ୍ଟା ଗଳି ପଡ଼ିଥିଲା । ସେ ତାହାକୁ ଅଣଦେଖା କରିଥିଲେ ବୋଲି କୁହାଯାଏ । ଆଜି ତାହା ବୃହତ୍ତର କ୍ଷତ ଅବସ୍ଥାକୁ ଆସି ସେଫ୍ଟିକ ହୋଇଯାଇଛି । ଗୋଡ଼ କଟାଯିବ ଏବଂ ବୃହତ୍ତର ଅପରେସନ ହେବ । ପୁନଃଶ୍ଚ ଆର ଗୋଡ଼ଟିର ଅବସ୍ଥା ମଧ୍ୟ ସଙ୍ଗୀନ ହୋଇପଡିଛି । ଏବେ ଅର୍ଥ ବାଧକ ସାଜିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ରେଡ଼କ୍ରସ ପାଣ୍ଠିରୁ ଜରୁରୀକାଳୀନ ଭିତ୍ତିରେ ଆର୍ଥିକ ସାହାଯ୍ୟ ନିମନ୍ତେ ପରିବାର ଲୋକେ ଆଶାୟୀ ଅଛନ୍ତି । ଯାହାକି ଆର୍ଥିକ ସହାୟତା ନିମନ୍ତେ ବିଭିନ୍ନ ମହଲରେ ଦାବୀ କରାଯାଇଛି । ଏପରିକି ବୃହତ୍ତର ଅସ୍ତ୍ରୋପଚାର ଏବଂ ଆଶୁ ଆରୋଗ୍ୟ ନିମନ୍ତେ ଚିକିତ୍ସାରେ ବାଧକ ସାଜିଥିବା ହେତୁ ଆର୍ଥିକ ସହାୟତା ନିମନ୍ତେ ରାଜ୍ୟସରକାର ତଥା ନବୀନ ପଟ୍ଟନାୟକଙ୍କ ଠାରୁ ବିଭିନ୍ନ ମହଲରେ ସଦୟ କାମନା କରାଯାଇଛି । ଶ୍ରୀ ସେଠୀ ଛତ୍ରପୁର କଳା ବିକାଶ କେନ୍ଦ୍ର ଓ ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରେ ଚିତ୍ରକଳାର ଜଣେ ଶିକ୍ଷକ ଭାବେ ନିୟୋଜିତ ଥାଇ ଏବଂ ବାହ୍ୟସ୍ତରରେ କିଛି କଳାନିପୁଣ କାର୍ଯ୍ୟ କରି ନିଜ ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ଉକ୍ତ କଳାକାର ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ନିଜ ଜୀବନ ଚଳାଇ ଆସୁଥିଲେ । ଆଜି ତାଙ୍କର ଏଭଳି ଅବସ୍ଥାରେ ବିଭିନ୍ନ ମହଲରେ କିଛି ଚାନ୍ଦା କରି ତାଙ୍କ ଚିକିତ୍ସା ଦିଗରେ ଅନେକ ସହାୟତା ପାଇଁ ଉଦ୍ୟମ କରୁଛନ୍ତି । ତାଙ୍କୁ ସହାୟତା କରିବା ନିମନ୍ତେ ତାଙ୍କ ପତ୍ନୀ ରଞ୍ଜୁ ସେଠୀଙ୍କ ଫୋନ-ପେ- -୬୩୭୧୭୬୬୩୩୫ ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୩୨୩୫୦୭୫୯୩୮୦, ifsc code SBIN0012107 ରେ ସାହାଯ୍ୟ ରାଶି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.