ମୁଣ୍ଡୁଳୀ ବ୍ରିଜରେ ସ୍କୁଟି ରଖି ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା : ଯୁବକଙ୍କ ମୃତଦେହ ଉଦ୍ଧାର

ଆଠଗଡ଼ : ମୁଣ୍ଡୁଳୀ ବ୍ରିଜରେ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା । ଆଜି ନିଖୋଜ ଯୁବକଙ୍କର ମୃତଦେହ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଲିଙ୍ଗାପଦା ନିକଟ ମହାନଦୀ କୂଳରେ ଲାଗିଥିବା ସ୍ଥାନୀୟ ଲୋକ ଦେଖି ଗୁରୁଡ଼ିଝାଟିଆ ଥାନକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନାନୁଯାୟୀ, ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଉଛନ୍ତି ବିଶ୍ଵଦେବ ଦାସ । ତାଙ୍କ ଘର ଭୁବନେଶ୍ୱର ଶୈଳଶ୍ରୀବିହାର ଅଞ୍ଚଳରେ । ସେ ନିଶାସକ୍ତ ଅବସ୍ଥାରେ ନଦୀକୁ ଡେଇଁ ପଡି ଦୁଇ ଦିନ ହେବ ନିଖୋଜ ଥିଲେ ।

Leave A Reply

Your email address will not be published.