ଅବକାରୀ ବିଭାଗର ଚଢାଉ : ଚୋରା ମଦ ସହ ୨ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ପୂର୍ବାହ୍ନରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ମାଧପୁର ଓ ବାଲିବନ୍ଧ ଗ୍ରାମରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୧୮ ଲିଟର ଚୋରା ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ମାଧପୁର ଗ୍ରାମର ବିଦ୍ୟାଧର ନାଏକ ଓ ବାଲିବନ୍ଧ ଗ୍ରାମର ଅର୍ଜୁନ ମହାନ୍ତ ବୋଲି ଜଣାପଡିଛି । ଉଭୟଙ୍କ ଠାରୁ ୯ ଲିଟର ଲେଖାଏଁ ମଦ ଜବତ କରାଯାଇଛି । ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ସମିର ମିଶ୍ର, ମିଥୁନ ଜେନା, ଆରତି ବେହେରା ଓ ବବିତା ଲେଙ୍କା ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.