ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଲାଞ୍ଚ କାରବାରରେ ଧରାପଡ଼ିବାରୁ ଭୁଲ ମାଗି ଟଙ୍କା ଫେରାଇଲେ ନର୍ସ ଦିଦି । ଗାଇନିକ ବିଭାଗରେ ପୁଣି ଲାଞ୍ଚ ବେପାର । ଅସ୍ତ୍ରୋପଚାର ସରି ଛୁଆ ଜନ୍ମ ହେବା ପରେ ଗରିବ ରୋଗୀଙ୍କ ଭାଇଙ୍କ ନିକଟରୁ ଦୁଇ ନର୍ସ ନେଇଗଲେ ଲାଞ୍ଚ ଟଙ୍କା । ଧରାପଡିବା ପରେ ରୋଗୀଙ୍କ ଭାଇଙ୍କୁ ଫେରାଇଲେ ଲାଞ୍ଚ ଟଙ୍କା । ଲିଖିତ ଭାବେ ନର୍ସ ଅଧିକ୍ଷକଙ୍କୁ ଜଣାଇବା ସହ କ୍ଷମା ମାଗି ଟଙ୍କା ଫେରାଇଲେ । କେବଳ ଏତିକି ନୁହେଁ ଆଉ ଆଗକୁ ଏପରି ହେବ ନାହିଁ ବୋଲି ମଧ୍ୟ ଦୁଇ ନର୍ସ ଲେଖିଲେ । ହେଲେ ଏହି ଗାଇନିକ ଅସ୍ତ୍ରୋପଚାର ବିଭାଗରେ ଜଣେ ଯୁବ ଡାକ୍ତର ଅଛନ୍ତି, ତାଙ୍କ ଡିଉଟି ଯେବେ ରୁହେ ସେହି ଦିନ ଲାଞ୍ଚ କାରବାର ଜୋର ଧରେ ବୋଲି ଆଲୋଚନା ହେଉଛି । କିନ୍ତୁ ଏଠାରେ ଆଲୋଚନା ହେଉଛି ତଳିଆ କର୍ମଚାରୀ ମାନେ ଧରାପଡୁଥିବା ବେଳେ ସେ ଡାକ୍ତର ଜଣକ ଧରାପଡିବେ କେବେ ?