jayashree

ଖୋଲିବ ୧୦,୦୦୦ ନୂଆ ଡାକଘର

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ଡାକ ବିଭାଗ ପକ୍ଷରୁ ଆଉ ୧୦,୦୦୦ ନୂଆ ଡାକଘର ଖୋଲାଯିବ ବୋଲି ବିଭାଗୀୟ ସଚିବ ଅମନ ଶର୍ମା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି । ବିଭାଗୀୟ ସେବାକୁ ସବୁ ବର୍ଗଙ୍କ ନିକଟରେ ପହଞ୍ଚାଇବାକୁ ଅଧିକ ଡାକଘର ଖୋଲିବାକୁ ସରକାର ଯୋଜନା କରୁଥିବା ସେ ମତ ବ୍ୟକ୍ତ କରିଛନ୍ତି । ସେହିଭଳି ଲୋକଙ୍କୁ ସେମାନଙ୍କ ଘରର ୫ କି.ମି. ଭିତରେ ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ସେବା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବିଭାଗୀୟ ସଚିବ ଅମନ ଶର୍ମା ସୂଚନା ଦେଇଛନ୍ତି । ଡାକଘରର ଆଧୁନିକୀକରଣ ପାଇଁ ସରକାର ପ୍ରାୟ ୫,୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି । ଲୋକଙ୍କୁ ଡାକଘର ଆସିବା ପରିବର୍ତ୍ତେ ଟେକ୍ନୋଲୋଜି ସାହାଯ୍ୟରେ ତାଙ୍କ ଘର ପାଖରେ ସେବା ପହଞ୍ଚାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.