csstore

୩୫ତମ ପଠନ, ଲିଖନ ଓ ଆବୃତ୍ତି ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ ହୋଇଛି । ପୁଇଁତୋଳା କ୍ଲଷ୍ଟରର ଗଞ୍ଜାମ ସହର ସାନ ବଜାର ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି କାର୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ବେହେରା ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା ଆସନ ଅଳଙ୍କୃତ କରିଥିଲେ । ଗ୍ରାସୀମ ର ଡିଜିଏମ୍‌ ରବୀନ୍ଦ୍ର କୁମାର ମହାନ୍ତି ମୁଖ୍ୟ ବକ୍ତା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଗଞ୍ଜାମ ବ୍ଲକର ବିଭିନ୍ନ କ୍ଲଷ୍ଟରର ସଂଯୋଜକ ଦାମୋଦର ପଣ୍ଡା, ରବୀନ୍ଦ୍ର ସେଠି, ଦେବହରୀ ବେହେରା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁଇଁତୋଳା ସାଧନ କେନ୍ଦ୍ର ସଂଯୋଜକ ମହେଶ କୁମାର ବେହେରା ଓ ହୂମ୍ମା ସାଧନ କେନ୍ଦ୍ର ସଂଯୋଜକ ଦାମୋଦର ପଣ୍ଡା ଉକ୍ତ କାର୍ୟ୍ୟକ୍ରମରେ ଯୁଗ୍ମ ଭାବେ ସଂଯୋଜନା କରିଥିଲେ । ପଠନରେ ସନ୍ଧ୍ୟା ବେହେରା, ଓଁ ଦାସ, ରିଙ୍କି ପଣ୍ଡା, ସାହିଲ ବେହେରା, ଲିଖନରେ ଅମ୍ରିତା ନାୟକ, ଜିଜ୍ଞାନ୍ସା ବେହେରା, ଶ୍ରାବଣୀ ଦାସ, ଆବୃତ୍ତି ରେ ଆଦର୍ଶି ଦାସ, ଜ୍ୟୋତି ପ୍ରକାଶ ବେହେରା, ଯୋଗେଶ ଦାସ ଆଦି ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ଦକ୍ଷତାର ପରିଚୟ ଦେଇଥିଲେ । ଗଞ୍ଜାମ ପ୍ରେସ କ୍ଲୁବ ସଭାପତି ଶବର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, ଦୁର୍ଗା ମାଧବ ପାଣିଗ୍ରାହୀ, ବିଜୟ ଲଷ୍ମୀ ମାହାଙ୍କୁଡଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ଓ ମଞ୍ଚ ତରଫରୁ ସମ୍ମାନିତ କରାଯାଇଥିଲା ।

ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ସାହୁ, ଦୁର୍ଗା ପ୍ରସାଦ ପଟ୍ଟନାୟକ, ପୁଇଁତଳା ସାଧନ କେନ୍ଦ୍ର ଅନ୍ତର୍ଗତ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଓ ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ପିଲାମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନିତ କରାଯାଇଥିଲା । ବହୁ ଅଭିଭାବକ ଯୋଗ ଦେଇ କାର୍ୟ୍ୟକ୍ରମର ବହୁମୁଖୀ ଉଦ୍ଦେଶ୍ୟ ବୁଝିବା ସହିତ ଉପଭୋଗ କରିଥିଲେ । ଶେଷରେ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.