oom

ନକଲି ଗୁଟ୍‌ଖା କାରଖାନା ଉପରେ ପୁଲିସ ପକ୍ଷରୁ ଚଢାଉ

jsmm

• ୧୫ ଲକ୍ଷ ଟଙ୍କାରୁ ଅଧିକ ଗୁଟ୍‌ଖା ସହ ଗୁଟ୍‌ଖା ତିଆରି ମେସିନ ଓ ଅନେକ ପ୍ରସ୍ତୁତି ସାମଗ୍ରୀ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦର ଥାନା ଅନ୍ତର୍ଗତ ଲୋଚ୍ଚାପଡା ଶ୍ରୀମାନଗରରେ ଚାଲିଥିବା ଏକ ନକଲି ଗୁଟ୍‌ଖା କାରଖାନାରେ ପୁଲିସ ପକ୍ଷରୁ ଚଢାଉ କରି ସେଠାରୁ ବିପୁଳ ପରିମାଣର ଗୁଟ୍‌ଖା ସହ ପ୍ରସ୍ତୁତିରେ ବ୍ୟବହୃତ ଏକାଧିକ ମେସିନ ଜବତ କରିଥିବା ଜଣାପଡିଛି । ବେଆଇନ ଗୁଟ୍‌ଖା ପ୍ରସ୍ତୁତି କରୁଥିବା ଅଭିଯୋଗରେ ନୂଆ କାଳୁପାତ୍ର ସାହିର ଶଙ୍କର କୁମାର ସାହୁ ଓ ହରିଡାଖଣ୍ଡି ତୋଟାସାହିର କୈଳାଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ପ୍ରକାରେ, ସଦରଥାନା ଅନ୍ତର୍ଗତ ଲୋଚ୍ଚାପଡା ଶ୍ରୀମାନଗର ୫ମ ଲାଇନରେ ଥିବା ଏକ ଘରେ ନକଲି ଗୁଟ୍‌ଖା କାରଖାନା ଚାଲୁଥିବା ଖବର ମିଳିବା ପରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରା, ଏଏସଆଇ ପି. ସିଏଚ ରଥ ଓ ଅନ୍ୟ ପୁଲିସ କର୍ମଚାରୀମାନେ ସେଠାରେ ଚଢାଉ କରିଥିଲେ । ଚଢାଉ ବେଳେ ଶଙ୍କର ଓ କୈଳାଶ ସେଠାରେ ଗୁଟ୍‌ଖା ପ୍ରସ୍ତୁତି କରୁଥିଲେ । ସେଠାରୁ ପୁଲିସ ବିଭିନ୍ନ କମ୍ପାନୀର ସହ ସମସ୍ତ ଗୁଟ୍‌ଖା, ଟ୍ୟାବାକୋ ପତ୍ର, ଧନିଆ, ପାନମଧୁରୀ, ଧଳା ଚୂନ, ବିଭିନ୍ନ ବ୍ରାଣ୍ଡର ଖାଲି ପଲିଥିନ ପ୍ୟାକ୍, ବିଭିନ୍ନ ବ୍ରାଣ୍ଡର ରିଲ୍ସ, ଓଜନ ମେସିନ୍, ମିଶ୍ରଣ ମେସିନ୍, ପ୍ୟାକିଂ ମେସିନ୍ ଏବଂ ସିଲେଇ ମେସିନ୍ ଇତ୍ୟାଦି ଗୁଟ୍‌ଖା ସାମଗ୍ରୀ ସମେତ ପ୍ରାୟ ୧୫ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ କରିଛି । ପୁଲିସ ଯାଞ୍ଚ ବେଳେ ସେମାନେ ପ୍ରସ୍ତୁତି ସମ୍ପର୍କିତ କୌଣସି ଲାଇସେନ୍ସ କାଗଜପତ୍ର ଦେଖାଇପାରି ନଥିଲେ । ଯାହା ଫଳରେ ପୁଲିସ କେଶ ରୁଜୁ କରି ଆଇପିସି ୪୨୦/୨୭୨/୨୭୩/୩୪ ମାମଲା କରି ଅଭିଯୁକ୍ତ ବଡ ବଜାର ଥାନା ଅନ୍ତର୍ଗତ ନୂଆ କାଳୁପାତ୍ର ସାହି ଯେକି ସଦର ଥାନା ଅନ୍ତର୍ଗତ ସୀମାନଗର ପଞ୍ଚମ ଗଳିରେ ରହୁଥିବା ଶଙ୍କର କୁମାର ସାହୁ(୪୨) ଓ ହରିଡ଼ାଖଣ୍ଡି ନିକଟ ତୋଟା ସାହିର କୈଳାସ ସାହୁ(୩୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ କହିଛନ୍ତି ।

jittmm
Leave A Reply

Your email address will not be published.