oom

ଛତ୍ରପୁରସ୍ଥ ଚିକଲଖଣ୍ଡି ହାଇସ୍କୁଲ ବନ ମହୋତ୍ସବରେ ବ୍ଲକ ଅଧ୍ୟକ୍ଷା, ପୌର ଅଧ୍ୟକ୍ଷାଙ୍କ ଯୋଗଦାନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଚିକଲଖଣ୍ଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବି. ଶଙ୍କର ରେଡ୍ଡୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କୀରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ୍‌. ଶାରଦା ରେଡ୍ଡୀ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା, ଫରେଷ୍ଟ ରେଞ୍ଜର ରଜତ କୁମାର ମିଶ୍ର, ଫରେଷ୍ଟର ଗିରୀଶ ଚନ୍ଦ୍ର ରାୟ, ଫରେଷ୍ଟ ଗାର୍ଡ ରାଜୀବ ପାତ୍ର, ଲକ୍ଷ୍ମୀପୁର ସମିତି ସଭ୍ୟ ଏନ୍‌. ରମେଶ ରେଡ୍ଡୀ, ପୁର୍ବତନ ସମିତି ସଭ୍ୟ ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ, ପୂର୍ବତନ ସରପଞ୍ଚ ଡି. ଆଦି ନାରାୟଣ ରେଡ୍ଡୀ, ବାପି ଦାସ, କେ.ଚନ୍ଦ୍ର ଶେଖର ରେଡ୍ଡୀ, ଚିକଲଖଣ୍ଡି ପଞ୍ଚାୟତ ନାଏବ ସରପଞ୍ଚ ବି. ଲାଛମୀ ରେଡ୍ଡୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୋସ୍ନାରାଣୀ ପ୍ରହରାଜଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ବନ ମହୋତ୍ସବ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ପ୍ରାରମ୍ଭରେ ଉଦୟନାଥ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ଋତୁରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.