ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶାଙ୍କୁଲେଇ ଗ୍ରାମ ନିକଟସ୍ଥ ବଡ଼ ଜୋରା ନାଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ଶାଙ୍କୁଲେଇ ଗ୍ରାମର ପ୍ରମୋଦ ରାଉତଙ୍କ ପତ୍ନୀ ବୀଣାପାଣି ରାଉତ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ ସନ୍ଧ୍ୟାରେ ସେ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଗତ ରାତିରେ ଖୋଜା ଖୋଜି କରିଥିଳେ ହେଲେ ପାଇନଥିଲେ । ମାତ୍ର ଆଜି ସକାଳେ ତାଙ୍କ ମୃତଦେହ ନାଳରେ ଭାସୁଥିବା ଦେଖି ଗାଁ ଲୋକେ ଉଦ୍ଧାର କରିଥିବା ପ୍ରକାଶ କରିଛନ୍ତି । ନାଳକୁ ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଇଥିବା ଗ୍ରାମବାସୀ କରିଛନ୍ତି ।

Leave A Reply

Your email address will not be published.