csstore

ସ୍ଵରୋଜଗାର କ୍ରାନ୍ତିର କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ମହିଳା ଶକ୍ତି ଟ୍ରଷ୍ଟ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟ ଓ ଡିଏମଭିଭି ମହିଳା ଶକ୍ତି ଫାଉଣ୍ଡେସନ ତରଫରୁ ଗ୍ରାମାଞ୍ଚଳରେ ଥିବା ଅସହାୟ, ବିଧବା, ବିକଳାଙ୍ଗ, ଅବହେଳିତ ମହିଳାମାନଙ୍କୁ ଆତ୍ମ ନିର୍ଭର କରି ସ୍ଵରୋଜଗାର କ୍ରାନ୍ତି ଯୋଜନାରେ ହେବାକୁ ଥିବା କାର୍ଯ୍ୟ ଆରମ୍ଭ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଓଡିଶା ରାଜ୍ୟ ସଂଯୋଜିକା ସରସ୍ୱତୀ ସାହୁ, ଜିଲ୍ଲା ସଂଯୋଜକ ଅଶୋକ କୁମାର ସାହୁ, ଜିଲ୍ଲା ଲେଖାକାର ହେମନ୍ତ ପରୁଆ, ପଦ୍ମପୁର ବ୍ଲକ ସଂଯୋଜକ ସୁବ୍ରତ ସାହୁ, ବିଜେପୁର ବ୍ଲକ ସଂଯୋଜକ ଦୀନବନ୍ଧୁ ଦେହେରି, ପଞ୍ଚାୟତ ସଂଯୋଜକ କ୍ଷମାନିଧି ସାହୁ, ଗଦାଧର ସିଦ୍ଧାର, ବେଳଦେବ ସାହୁ ଓ ପଞ୍ଚାୟତ ସଂଯୋଜିକା ଅନିତା ସାହୁ, ରସନା ସାହୁ, ଉକିଆ ଅମରି, ଧରିତ୍ରୀ ପଟେଲ, ମମତା ପ୍ରଧାନ, ନିରୁ ପ୍ରଧାନ ପ୍ରମୁଖ ସୂଚନା ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.