csstore

ବନ୍ୟା ବିପନ୍ନଙ୍କୁ ସହାୟତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟାରେ ଡେଲାଙ୍ଗ ବ୍ଲକର ବ୍ୟାପକ କ୍ଷୟକ୍ଷତି ସହ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସବୁଆଡେ ଜଳାର୍ଣ୍ଣବ, ଲୋକେ ଭୋକ ଉପାସରେ ଦୁଃଖ ଯନ୍ତ୍ରଣା ଭୋଗୁଛନ୍ତି । ଏଭଳି ପରିସ୍ଥିତିରେ ଡେଲାଙ୍ଗ-ପିପିଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ଵକେସନ ହରିଚନ୍ଦନ ମହାପାତ୍ର, କଂଗ୍ରେସ ବ୍ଲକ ସଭାପତି ରବୀନ୍ଦ୍ର କୁମାର ଦାସ, ଯୁବ ନେତା ନିର୍ମଳ କୁମାର ପରିଡା, ଗୁଣନିଧି ପ୍ରଧାନ ପ୍ରମୁଖ ବନ୍ୟା ପ୍ଲାବିତ ଅଞ୍ଚଳ ସେବତୀପୁର, ଚାନ୍ଦୋଳ, ବେଲପଡା, ରାମଚନ୍ଦ୍ରପୁର, କଲ୍ୟାଣପୁର ଗ୍ରାମ ଯାଇ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟି ଥିଲେ ।

jayashree
Leave A Reply

Your email address will not be published.